ନୟାଗଡ଼, (ବାଘୁଆବର୍ତ୍ତା): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ ସଂଯୋଜକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜାତୀୟ ସାଂଗଠାନିକ ସଂପାଦକ ସତ୍ୟବ୍ରତ ନାୟକଙ୍କୁ ବର୍ତ୍ତମାନ ନୂତନ ଭାବେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ନାୟକ ପୂର୍ବରୁ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଯୁବ କଂଗ୍ରେସ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ଓ ସାଧାରଣ ସଂପାଦକ, ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ ସଭାପତି ଭାବରେ ଦାୟିତ୍ବ ତୁଲାଇ ଆସିଛନ୍ତି ଏବଂ ବର୍ତ୍ତମାନ ସେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ର ରାଜ୍ୟ ଯୁଗ୍ମ ସଧାରଣ ସମ୍ପାଦକ ଓ ଜାତୀୟ ସାଂଗଠାନିକ ସଂପାଦକ ସହିତ ନୟାଗଡ଼ ଜିଲ୍ଲା ସଭାପତି ଭାବରେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି ଏହା ସହିତ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ପ୍ରତିଷ୍ଠାତା ସଭପତି ଭାବେ ଦୀର୍ଘ ୨୫ବର୍ଷ ଧରି କାର୍ଯ୍ୟକ୍ରମ କରି ଆସୁଚନ୍ତି ନୟାଗଡ଼ ଜିଲ୍ଲା କଂଗ୍ରେସ ସଂଗଠନ କୁ ସୁସଂଗଠିତ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସତ୍ୟବ୍ରତ ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏହି ନୂତନ ନିଯୁକ୍ତି ପାଇଁ ଶ୍ରୀ ନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ନୟାଗଡ ଜିଲ୍ଲା ବାସିଙ୍କ ଆଶ୍ରିବାଦ କାମନା କରିଛନ୍ତି l ଏନେଇ ନୂତନ ଜିଲ୍ଲା ସଭାପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିବାରେ ଲାଗିଛି l