Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌

by ସଞ୍ଜୟ ସ୍ୱାଇଁ
June 28, 2025
in Feature News
ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌
53
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା): ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍‌ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ଅନିୟନ୍ତ୍ରିତ ହୋଇ ଆଜି ଅପରାହ୍‌ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ଏଥିରେ ତିନି ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)। ଶରଧାବାଲିରେ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ତିନି ଯୁବତୀ ବହୁତ ଖୁସିରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ଦୁର୍ଭାଗ୍ୟର ବିଷୟରେ ସ୍କୁଟି ଆରୋହୀମାନଙ୍କର ଅନ୍ୟ ଏକ ଗାଡ଼ି ସହିତ ସାମାନ୍ୟ ଧକ୍କା ଦେଇଥିଲା, ଯେଉଁଥିରେ ସେମାନେ ପଡ଼ି ଯାଇଥିଲେ। ଏହି ସମୟରେ ସରକାରୀ ବସ୍‌ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିଲା। ସୂଚନା ଅନୁସାରେ ଲିଙ୍ଗରାଜ ଥାନା ବାରିକସାହିର ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରି ଥିଲେ।। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଆଗକୁ ବଢୁଥିଲେ। କିନ୍ତୁ ସେମାନଙ୍କର ଆଶା ପୂରା ହୋଇପାରିଲା ନାହିଁ। ପିପିଲି ଥାନା ତରାକାଜ ନିକଟରେ ସାମ୍ନାରୁ ଆସୁଥିବା ଏକ ଗାଡ଼ି ତିନି ଯୁବତୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେମାନେ ତଳେ ପଡ଼ି ଯାଇଥିଲେ। ଦୁର୍ଘଟଣାର ଶିକାର ହୋଇ ଉଠିବା ପୂର୍ବରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ଦ୍ବାରା ପରିଚାଳିତ ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ସେମାନଙ୍କର ଉପରେ ଚଢ଼ି ଯାଇଥିଲା। ଯୁବତୀମାନେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ବେଳେ ବସ୍‌ଟି ଫେରାର ମାରିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୩ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି (ଓଡି ୦୨ ବିକ୍ୟୁ ୭୩୬୭) ଜବତ କରିଛି। ପିପିଲି ଟୋଲ୍‌ ଗେଟ୍‌କୁ ଯାଇ ପୁଲିସ ବସ୍‌କୁ ଚିହ୍ନଟ କରିବା ପାଇଁ ଛାନଭିନ ଜାରି ରଖିଛି। ମୃତ ଯୁବତୀମାନେ ଭୁବନେଶ୍ବରସ୍ଥିତ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି କୁହାଯାଉଛି।  ତଦନ୍ତ ପରେ ସେମାନଙ୍କର ପୂରା ପରିଚୟ ଜଣାପଡ଼ିବ ବୋଲି ପୁଲିସ କହିଛି।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!