ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଶୁକ୍ରବାର ବିଳମ୍ବିତ ରାତିରେ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଘଟିିଛି। ମାତ୍ର ୪୨ ବର୍ଷ ବୟସରେ ହୃଦ୍ଘାତରେ ଜୀବନ ହରାଇଛନ୍ତି ଅଭିନେତ୍ରୀ ଶେଫାଳି। ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ହଠାତ୍ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ ଏବଂ ମାତ୍ର ୩ ଦିନ ପୂର୍ବେ ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ସୁନ୍ଦର ଫଟୋ ମଧ୍ୟ ସେୟାର କରିଥିଲେ। ଗତ କାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ମୁମ୍ବାଇରେ ରହୁଥିଲେ । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଶେଫାଳି ଜରିୱାଲାଙ୍କ ହୃଦଘାତ ହୋଇଥିଲା । ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ରାତି ପ୍ରାୟ ୧୨.୩୦ ବେଳେ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ନିଆ ଯାଇଥିଲା ।






