ନୟାଗଡ(ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଗତୀଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଗ୍ରନ୍ଥାଗାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ବୌଦ୍ଧିକ ବିକାଶ ସହ ବ୍ୟବହାରିକ ବିକାଶ ଉପରେ ବକ୍ତବ୍ୟ ରଖିବା ସହ ଅବକାଶ ସମୟରେ ଗ୍ରନ୍ଥାଗାର ଗୃହରେ ବସି ବହି ପଢ଼ା ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢ଼ିବା ଉଚିତ୍ ବୋଲି କହିଥିଲେ । ଆବଶ୍ୟକତାକୁ ଉପଲବ୍ଧି କରାଯାଇ ଏକ ବୃହତ୍ ଗ୍ରନ୍ଥାଗାର ଗୃହର ପରିକଳ୍ପନା ବୋଲି ମନ୍ତ୍ରୀ କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଶ୍ରୀ ବେେହେରା କଲେଜ ସମସ୍ୟା, ଛାତ୍ରଛାତ୍ରୀଙ୍କ ସମସ୍ୟା ତଥା କଲେଜର ପାରିପାଶ୍ୱିର୍କ ଅବସ୍ଥାକୁ ଅନୁଧ୍ୟାନ କରିିବା ସହ ଶୈକ୍ଷିକ ବାତାବରଣ ଏବଂ ଏହାର ଉନ୍ନତି ପାଇଁ ତାଙ୍କର ଚେଷ୍ଟା ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ବ୍ଳକର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ କଲେଜର ପ୍ରତିଷ୍ଠାତା ସଂପାଦକ ଅଲେଖ ବେହେରା, ଗତୀଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର କର, ଗତୀଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅମିତା ଦାଶ ପ୍ରମୂଖ ଉପସ୍ଥିତ ଥିଲେ । ସେହିଭଳି ଭାବେ ନୂଆଗାଁ ବ୍ଲକ ଚାହାଳୀ ପଞ୍ଚାୟତ ଜନଶକ୍ତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଏବଂ ଭୋଜନଶାଳାକୁ ମନ୍ତ୍ରୀ ଉଦ୍ଘାଟନ କରିଥିବା ଜଣାଯାଇଛି ।





