ଭୁବନେଶ୍ବର,(ବାଘୁଆବାର୍ତ୍ତା): ଗୋ-ସୁରକ୍ଷା ନାଁରେ ଦଳିତଙ୍କୁ ନିର୍ୟାତନା ଘଟଣାକୁ ନେଇ ତେଜିଲା ରାଜନୀତି । ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ରାଜ୍ୟରେ ଅରାଜକତା ବଢିଯାଇଛି । ଦଳିତ ଓ ଆଦିବାସୀ ଉପରେ ଅତ୍ୟାଚାର ବଢି ଯାଇଛି । ଗୋ-ସୁରକ୍ଷା ନାଁରେ ତୃଣମୂଳସ୍ତରରେ ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି । ଗୋ-ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ । ହେଲେ ଗୋ-ସୁରକ୍ଷା ଆଳରେ ଚାନ୍ଦା ଆଦାୟ କରୁଛନ୍ତି । ରାଜ୍ୟ ସରକାର ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ । ଯାହା ଘଟଣା ଘଟିଛି ଧରାକୋଟରେ ତାହା ଭାରତ ବର୍ଷରେ ଲଜ୍ଜାକର ଘଟଣା । ଟ୍ରମ୍ପ ସରକାର କହିଲେ ଓଡ଼ିଶାକୁ କେହି ଯାଅନା, ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ତାହା ପ୍ରମାଣିତ କରିଛନ୍ତି । ଲୋକଙ୍କ ସରକାର କେବଳ କଥା କହୁଛନ୍ତି, ହେଲେ କାମରେ କରି ଦେଖାଉନାହାନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।






