Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ୧୨ କୋଟି, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

by ସଞ୍ଜୟ ସ୍ୱାଇଁ
June 23, 2025
in Nayagarh
ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ୧୨ କୋଟି, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ
306
VIEWS
Share on FacebookShare on Twitter

ଗଣିଆ,(ବାଘୁଆବାର୍ତ୍ତା): ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଉପରୋକ୍ତ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ଯାହାର ଫଳ ସ୍ବରୂପ ଟେଣ୍ଡର ଶେଷ ହୋଇ ରାସ୍ତା କାର‌୍ୟ୍ୟ ଆରମ୍ଭ ହେବାକୁ ଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରାସ୍ତା ଗୁଡିକ ମଧ୍ୟରୁ ମକର ପ୍ରସାଦ ଠାରୁ ରାଇମଡା ଭାୟା ବଡସିଲିଙ୍ଗା, ଧୁଆପାଜୁ, ସାକେଣି, ଟୋଲକପାଟିଆ ୩ କିମି ରାସ୍ତା ପାଇଁ ୭ କୋଟି ୨୬ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ମକର ପ୍ରସାଦ ଠାରୁ ରାଇମଡା ୪ କିମି ରାସ୍ତା ପାଇଁ ୩ କୋଟି ୨ ଲକ୍ଷ ୨୩ ହଜାର ଟଙ୍କା ଏବଂ କୃଷ୍ନପଲ୍ଲୀ ଛକ ଠାରୁ ବଳଭଦ୍ର ପ୍ରସାଦ ଭାୟା ଜଗନ୍ନାଥ ପ୍ରସାଦ ୩ କିମି ରାସ୍ତା ପାଇଁ ୨ କୋଟି ୪୩ ଲକ୍ଷ ୯ ହଜାର ଟଙ୍କା ମଞ୍ଜୁର ହୋଇଛି । ଏହି ରାସ୍ତା ପାଇଁ ଆସନ୍ତାକାଲି ଶିଳାନ୍ୟାସ କରାଯିବ ବୋଲିି ଜଣାପଡିଛି । ତେବେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଯୋଗୁଁ ଏହି ରାସ୍ତା ନିର୍ମାଣ ସମ୍ଭବପର ହୋଇଥିବା ବେଳେ ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜନସାଧାରଣଙ୍କ ମୁହଁରେ ହସ ଫୁଟିଥିବା ଜଣାପଡିଛି । ଜନସାଧାରଣଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!