Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମାଜର ଗତିପଥ ନିର୍ଣ୍ଣୟ କରୁଥିବା ସାହିତ୍ୟ ସୃଷ୍ଟି ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
June 22, 2025
in Literature, Nayagarh, State
ସମାଜର ଗତିପଥ ନିର୍ଣ୍ଣୟ କରୁଥିବା ସାହିତ୍ୟ ସୃଷ୍ଟି ଆବଶ୍ୟକ
106
VIEWS
Share on FacebookShare on Twitter

ନୂଆ ଉପନ୍ୟାସ ‘ସେଇ ଝିଅ ଶିବାନୀ’ର ଲୋକାର୍ପଣ

ନୟାଗଡ଼,(ବାଘୁଆବାର୍ତ୍ତା): ସାହିତ୍ୟ ବ୍ୟତିରେକ ସକ୍ଷମ୍ପ୍ରତିକ ସମୟକୁ ପ୍ରତିନିଧିତ୍ଵ ଓ  ପ୍ରତିଫଳିତ କରିଥିବା ଭାଷା ବି ବିପ୍ଳବ ସୃଷ୍ଟି କରିପାରେ । ସାର୍ବଜନୀନ ସତ୍ୟ ପାଇଁ ସକ୍ରେଟିସ ଓ ଗାଲିଲିଓଙ୍କୁ ବି ଦୁର୍ବାର ଦଣ୍ଡ ମିଳିଥିଲା ବୋଲି   ଅକ୍ଷବେଗିକ ଅଭିଭାଷଣ ରଖିଥିଲେ ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବିଶିଷ୍ଟ ଲେଖକ କମ୍ରେଡ଼ ବିଶ୍ଵନାଥ ମହାପାତ୍ରଙ୍କ ଲିଖିତ ନୂଆ ଉପନ୍ୟାସ ‘ସେଇ ଝିଅ ଶିବାନୀ’ର ଲୋକାର୍ପଣ ଉତ୍ସବ ରଞ୍ଜୁବକ୍ଷଳକ୍ଷ ପ୍ରକାଶନୀ ତରଫରୁ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ପ୍ରଥମେ ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଲା ପରେ ପୁସ୍ତକଟିକୁ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ କୁମାର ସାହୁ ଉନ୍ମୋଚନ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମାଧବ ଚନ୍ଦ୍ର ମିଶ୍ର ପୁସ୍ତକର ସମ୍ପୁର୍ଣ୍ଣ ବିଷୟ ବସ୍ତୁକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ଅନ୍ୟବିଶିଷ୍ଟ ଅତିଥିମାନଙ୍କ ଭିତରେ ହାଇକୋର୍ଟର ବରିଷ୍ଠ ଆଇନଜୀବି ତଥା ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନର ଓଡ଼ିଶା ରାଜ୍ୟ ସଭାପତି ଲକ୍ଷ୍ମୀଧର ପଙ୍ଗାରୀ, ଶିକ୍ଷା ପ୍ରଦୀପ ମାଗାଜିନର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତି ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଂପାଦକ ଏସ. ଏ. ଖାଲିକ ପ୍ରଭୃତି ବକ୍ତବ୍ୟ ରଖିଥିଲେ। ଏହିକ୍ରମରେ ବିଶିଷ୍ଟ ନାଟ୍ୟକାର ଗଦାଧର ନନ୍ଦ ଓ ଲେଖକ ପାଣ୍ଡବ ନାୟକଙ୍କୁ ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ୨୦୨୫ ବର୍ଷପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁସ୍ତକର ମୁଦ୍ରାକର ପ୍ରିୟରଂଜନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଲେଖକ ବିଶ୍ଵନାଥ ମହାପାତ୍ର ଉଦବୋଧନ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଉକ୍ତ କାର‌୍ୟ୍ୟକ୍ରମରେ ବହୁ ସାହିତ୍ୟିକ କବି ଲେଖକ, ବୁଦ୍ଧିଜୀବୀଙ୍କ ସହିତ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ମନ୍ଦାକିନୀ ସାହିତ୍ୟ ସଂସଦ ରଣପୁର, ଅଞ୍ଜନା ସାହିତ୍ୟ ସସଦ ବୋଲଗଡ଼, ମହାନଦୀ ସାହିତ୍ୟ ସଂସଦ, ଗଣିଆ, ସୁରେନ୍ଦ୍ର ମହାନ୍ତି ପାଠାଗାର, ଧୁଆମଡ଼ା, ଯୁଗଜ୍ୟୋତ୍ତି ପାଠାଗାର ମଧ୍ୟଖଣ୍ଡ, ସଂକଳ୍ପ ସାହିତ୍ୟ ଅନୁଷ୍ଠାନ ଦଶପଲ୍ଲା ଓ ନାଟ୍ୟକାର ରାମଚନ୍ଦ୍ର ସ୍ମୃତି ସଂଶଦ ସମେତ ବିଭିନ୍ନ ସାହିତ୍ୟ ସଂଗଠନର ସଭ୍ୟ ତଥା କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!