Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରତ୍ୟେକ ଦିନ ଯୋଗ କରିବାର ଆବଶ୍ୟକତା ରହିଛି

by ସଞ୍ଜୟ ସ୍ୱାଇଁ
June 21, 2025
in Education, Nayagarh
ପ୍ରତ୍ୟେକ ଦିନ ଯୋଗ କରିବାର ଆବଶ୍ୟକତା ରହିଛି
56
VIEWS
Share on FacebookShare on Twitter

ବିଭିନ୍ନ ବିଦ୍ୟାଳୟରେ ଯୋଗ ଦିବସ ପାଳିତ

ରଣପୁର, (ବାଘୁଆବାର୍ତ୍ତା): ଆଜି ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଭାବେ ପାଳିତ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ସଫଳ ଭାବେ ପାଳିତ ହୋଇ ଯାଇଛି । ସକାଳେ ବିଦ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବରେ ଯୋଗ ଅଭ୍ୟାସ କରିଥିଲେ । ଶିଶୁମାନେ ମୌଳିକ ଯୋଗ ଆସନ, ପ୍ରାଣାୟାମ ଓ ଧ୍ୟାନ କାର୍ଯ୍ୟକଳାପରେ ସକ୍ରିୟ ଭାଗ ନେଇଥିଲେ । ଏହି ଅବସରରେ ଶିକ୍ଷକମାନେ ଯୋଗର ଗୁରୁତ୍ତ୍ୱ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଦୈନିକ ଯୋଗ ଅଭ୍ୟାସ ପାଇଁ ଉତ୍ସାହିତ କରାଯାଇଥିଲା । ଅନେକ ଛାତ୍ରଛାତ୍ରୀଙ୍କୁ ଅଙ୍କନ ଓ ବକ୍ତୃତା ପ୍ରତିଯୋଗିତା ମାଧ୍ୟମରେ ପୁରସ୍କୃତ କରାଯାଇଥିଲା ।

ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇ ସମାପ୍ତ ହୋଇଥିଲା । ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ । ସେହିପରି ନରସିଂହପୁର କ୍ଲଷ୍ଟରର ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଳଭପୁର ପ୍ରାଥମିକ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ପାଳିତ ହୋଇ ଯାଇଛି । ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ବିଦ୍ୟାଳୟଗୁଡିକ ପରିଦର୍ଶନ କରି ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!