Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାଧିନତା ସଂଗ୍ରାମୀଙ୍କ ଜ୍ୟେଷ୍ଠ ପୁତ୍ର କୃଷ୍ଣଚନ୍ଦ୍ରଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
June 21, 2025
in State
ସ୍ୱାଧିନତା ସଂଗ୍ରାମୀଙ୍କ ଜ୍ୟେଷ୍ଠ ପୁତ୍ର କୃଷ୍ଣଚନ୍ଦ୍ରଙ୍କ ପରଲୋକ
79
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ବନ୍ତ ବ୍ଳକର କେନ୍ଦୁଆପଦା ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କର ୮୧ ବର୍ଷ ବୟସରେ ସକାଳ ସାଢେ ୮ଟା ସମୟରେ କଟକ ବଡ଼ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ଏଖବର ସମ୍ପୃକ୍ତ ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି । ସୂଚନାନୁସାରେ, ମଙ୍ଗଳବାର ରାତି ୧୧ଟା ସମୟରେ ସେ ଅତ୍ୟନ୍ତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା ପରେ ଡାକ୍ତର କଟକକୁ ରେଫର କରିବା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ସେଠାରେ କାଡିଓଲୋଜି ବିଭାଗରେ ଚିକିତ୍ସା କରାଯାଉଥିଲା ପ୍ରଥମ ଅବସ୍ଥାର ଉନ୍ନତି ହେଉଥିବା ବେଳେ ପରେ ତାଙ୍କୁ ଆଇ.ସିୟୂ.ରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସକାଳ ସାଢେ ୮ଟାସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସ୍ବର୍ଗତ କୃଷ୍ଣଚନ୍ଦ୍ର ସ୍ବାଇଁ,କେନ୍ଦୁଆପଦା ଗ୍ରାମର ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ୰ଯଦୁନାଥ ସ୍ୱାଇଁଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି । ରେଳବାଇ ଚାକିରୀରୁ ପ୍ରାୟଃ ୨୦ବର୍ଷ ପାଇପାଖି ସେ ଅବସର ନେଇଥିଲେ । ସଂପ୍ରତ୍ତି ସେ ଓ ତାଙ୍କ ପତ୍ନୀ କେନ୍ଦୁଆପଦା କଲେଜ ସାମ୍ନାରେ ପୁଅ କମଳ ଓ ବୋହୁ କେନ୍ଦୁଆପଦା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ଅଞ୍ଜଳିଙ୍କ ଘରେ ସ୍ୱାସ୍ଥ୍ୟବସ୍ଥା କାରଣରୁ ରହୁଥିଲେ । ସେ ଜଣେ ପରୋପକାରୀ, ମିଷ୍ଠ ଭାଷୀ, ସ୍ନେହୀ, ବନ୍ଧୁବତ୍ସଳ,ନିଷ୍କପଟ୍ଟ, ଧର୍ମପରାୟଣ, ସରଳ, ମେଳାପୀ ତଥା ଅମାୟିକ ମଣିଷ ଭାବେ ବେଶ୍ ଲୋକପ୍ରିୟ ମଣିଷ ଭାବେ ଏ ଅଞ୍ଚଳରେ ବେଶ୍ ଜଣାଶୁଣା । ସେଠାରେ ପତ୍ନୀ ବସନ୍ତ ମଞ୍ଜରୀ, ପୁତ୍ର କିଶୋର, କମଳ, କଜ୍ଜ୍ୱଳ, କୁନ୍ତଳ, କିରଣ, କଲ୍ଲୋଳ, ପ୍ରବାଳ ଓ ସମସ୍ତ ପୁତ୍ରବଧୂ, ନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜ୍ଜ୍ୱନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନକରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପୂର୍ବକ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର କିଶୋର ମୁଖାଗ୍ନୀ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!