Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର

by ସଞ୍ଜୟ ସ୍ୱାଇଁ
June 21, 2025
in Feature News
ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର
144
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର | ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି | ବାସ୍ତବରେ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯାଇଥିଲା, କିନ୍ତୁ ସେତେବେଳେ ଏହା ବଢିନଥିଲା। ମୁଖ୍ୟମନ୍ତ୍ରୀ ସେତେବେଳେ କହିଥିଲେ ଯେ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ାଯାଉଛି। କିନ୍ତୁ ଖାଉଟିମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ଲଦି ଦିଆଯିବ ନାହିଁ। ଏଥିରୁ ୨ ଟଙ୍କା ସରକାର ବହନ କରିବେ। ଖାଉଟିମାନେ ଲିଟର ପିଛା ଅଧିକ ଦୁଇ ଟଙ୍କା ଦେଇ କ୍ଷୀର କିଣିବେ। ତେବେ ସେତେବେଳେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇ କହିଥିଲେ ଯେ ଏହି ବର୍ଦ୍ଧିତ ଦର ତତ୍‌କାଳ ଲାଗୁ ହେବ ନାହିଁ। ଓମ୍‌ଫେଡ୍‌ର ସମସ୍ତ ସମବାୟ ସମିତି ଓ କମିଟିର ବୈଠକ ପରେ ଆବଶ୍ୟକତାକୁ ନଜରରେ ରଖି କ୍ଷୀର ଦର ବୃଦ୍ଧି ହେବ ବୋଲି ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଥିଲେ । ଆଉ ଆଜିଠାରୁ ଏହି ନୂଆ ମୂଲ୍ୟ ଲାଗୁ ହୋଇଛି | ଉଲ୍ଲେଖ ଥାଉ କି ୨୦୨୪-୨୫ ଆର୍ଥିକ ବର୍ଷରେ ଓମଫେଡ୍ ସର୍ବକାଳୀନ ରେକର୍ଡ ପରିମାଣର କାରବାର କରିଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସଂସ୍ଥା ୮୫୫ କୋଟି ଟଙ୍କାର କାରବାର କରିଥିବା ବେଳେ ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦୨୮ କୋଟି ଟଙ୍କାର କାରବାର କରିଥିଲା । ଅର୍ଥାତ୍ ଗତ ଆର୍ଥିକ ବର୍ଷରେ ୧୭୦ କୋଟି ଟଙ୍କା ଅଧିକ କାରବାର କରିଥିଲା।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!