ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ତରୀୟ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସ୍ଥିତ ଡ଼ାଇମଣ୍ଡ ଜୁବୁଲି ଅଡିଟୋରିୟମଠାରେ ବହୁ ଆଡମ୍ବର ଭାବେ ପାଳିତ ହୋଇଅଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମର ସିଧାପ୍ରସାରଣ ସହିତ ଜୁବିଲି ଅଡିଟୋରିୟମ ଓ କଲେଜ ଖେଳ ପଡ଼ିଆରେ ଯୋଗ ଶିକ୍ଷକ ପରମାନନ୍ଦ ପରିଡା, ସୁଶାନ୍ତ କୁମାର ଚାନ୍ଦ, ପ୍ରତାପ ରାଣା ସିଂଙ୍କ ଦ୍ଵାରା ଯୋଗ ଅଭ୍ୟାସ କରାଯାଇଥିଲା ଏବଂ ଶପଥ ପାଠ କରାଯାଇଥିଲା। କାର୍ୟ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ଵ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଜନତା ଏହି ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ଏଥି ସହିତ ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ୟ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।






