Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

by ସଞ୍ଜୟ ସ୍ୱାଇଁ
June 16, 2025
in Crime, Nayagarh
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ
481
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଗଣିଆ ବ୍ଳକ ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ସାଙ୍ଗକୁ ସାଙ୍ଗ ଛୁରୀ ଭୁଷି ହତ୍ୟା କରିଥିବା ଘଟଣାରେ ସୋମବାର ଦିନ ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ରାଉତଙ୍କ ସମେତ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଭାଉଜ ଓ ପୁତୁରା ଓ ଗଙ୍ଗାଧରର ନାଵାଳକ ପୁଅ ହତ୍ୟା କରିଥିବା ଛୁରୀକୁ ନିଜ ଘରବାରି ପଛପଟୁ ନେଇ କୂଅରେ ପକାଇବା ଘଟଣାରେ ୪ ଜଣଙ୍କୁ ଗଣିଆ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ପାଣ୍ଡରାସିଂହା ଗ୍ରାମରେ ଦୁଇ ସାଙ୍ଗ ମଧ୍ୟରେ ମଦ ପିଇବା ପରେ ଯୁକ୍ତି ତର୍କ ହୋଇଥିଲା । ରାଗି ଯାଇ ଗଙ୍ଗାଧର ରାଉତ ସାଙ୍ଗ ପୁରୁଷୋତମ ପ୍ରଧାନକୁ ଏକ ଛୁରୀ ମାଧ୍ୟମରେ ଛାତିକୁ ଭୁଷି ଦେଇଥିଲା । ହତ୍ୟାକାଣ୍ଡ ପରେ ଗଙ୍ଗାଧର ନିଜ ବଡ଼ଭାଇଙ୍କ ଘରେ ଲୁଚି ରହିଥିଲା । ଛୁରୀଟିକୁ ନିଜ ବଡ଼ଭାଇଙ୍କ ବାଡ଼ିରେ ଫିଙ୍ଗି ଦେଇଥିଲେ । ପରେ ଅଭିଯୁକ୍ତର ପୁତୁରା ଛୁରୀଟିକୁ ତାଙ୍କ ବାସନମଜା ସ୍ଥାନକୁ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତର ନାବଳକ ପୁଅ ଛୁରୀଟିକୁ ନେଇ ଗାଁଠାରୁ ୫୦୦ମିଟର ଦୁରରେ ଥିବା ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା। ରବିବାର ଗଣିଆ ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିଂ ରିକ୍ରିଏସନ୍ କରିଥିଲେ। ଗଣିଆ ଅଗ୍ନିଶମ୍ କର୍ମଚାରୀ କୂଅରୁ ପାଣି ଶୁଖେଇଲା ପରେ ଛୁରୀଟିକୁ ବାହାର କରିଥିଲେ। ଏହି ଘଟଣାରେ ଅଭିଯୁକ୍ତର ଭାଉଜ ନିବାସୀ ରାଉତ, ପୁତୁରା ଶୁଭମ ରାଉତ ଓ ନାବାଳକ ପୁଅକୁ ଗଣିଆ ଥାନାକୁ ଆଣି ଅଧିକ ପଚରା ଉଚୁରା କରିବା ପରେ ୪ ଜଣଙ୍କୁ ଡାକ୍ତରୀ ମଇନା କରାଯାଇଥିଲା । ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା ସୁଚନା ଦେଉଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!