ନୟାଗଡ଼,(ବାଘୁଆବାର୍ତ୍ତା): କଳାବ୍ୟାଚ୍ ପିନ୍ଧିଲେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ବନ କର୍ମଚାରୀ । ଗତ ୧୫ ତାରିଖ ଠାରୁ ୨୧ ତାରିଖ ପର୍ୟନ୍ତ ନୟାଗଠ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ୩୬ ଜଣ ବନରକ୍ଷୀ, ବନପାଳ ଓ ଉପ – ବନାପଲମଳ ଅଧିକାରୀ କଳାବ୍ୟାଚ୍ ପିନ୍ଧି କାର୍ୟ୍ୟ କରୁଛନ୍ତି । ଏହି ଅବଧି ମଧ୍ୟରେ କୈକ୍ଷଣଷି ବିପଦପୂର୍ଣ୍ଣ ,ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ବନ କର୍ମଚାରୀ ହରତାଳ କରିବା ସହିତ, ସମୂହ ଛୁଟିରେ ଯିବା ପାଇଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ସ୍ତରୀୟ ବନ କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛନ୍ତି । ଢେଙ୍କାନାଳ ଡିଭିଜନର ଫରେଷ୍ଟ ଗାର୍ଡ଼ ପ୍ରହଲ୍ଲାଦ ପ୍ରଧାନଙ୍କ ଶିକାରୀ ଗୁଳିରେ ମୃତ୍ତ୍ୟୁ ପରେ , ବନ କର୍ମଚାରୀମାନେ ନିଜର ଓ ନିଜ ପରିବାରର ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରହଲାଦଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ସହିତ ଜଣକୁ ଚାକିରୀ ପ୍ରଦାନ ପାଇଁ ବନ କର୍ମଚାରୀ ସଂଘ ଦାବି କରିଛନ୍ତି । ଅପରପକ୍ଷେ ବନ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବାକୁ ସଂଘ ଦାବି କରିଛି । ଏହି ଦାବିପ୍ରତି ଯଦି ସରକାର ଯତ୍ନବାନ ନ ହୁଅନ୍ତି ତେବେ ବନକର୍ମଚାରୀମାନେ ଆନ୍ଦୋଳନ କରିବା ସହିତ, ସମୁହ ଛୁଟିରେ ଯିବେ ବୋଲି ବନକର୍ମଚାରୀ ସଂଘ ଚେତାବନୀ ଦେଇଛି ।






