Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ ଅଚଳ ହୋଇଯିବ

by ସଞ୍ଜୟ ସ୍ୱାଇଁ
March 14, 2021
in NATIONAL NEWS
ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ ଅଚଳ ହୋଇଯିବ
650
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା);  ଆସନ୍ତା ଏପ୍ରିଲ ୧ରୁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବ । ଫଳରେ ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ, ଆଇଏଫଏସସି ଓ ଏମଆଇସିଆର କୋଡ ଅଚଳ ହୋଇଯିବ । ସେହିପରି ଏସବୁ ବ୍ୟାଙ୍କଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଥିବା ଶାଖାଗୁଡ଼ିକର ଠିକଣା ମଧ୍ୟ ବଦଳିଯିବ । ତେବେ ଏସବୁ ବ୍ୟାଙ୍କର ଗ୍ରାହକମାନେ ନୂଆ ଚେକବୁକ, ପାସବୁକ, ନୂଆ  ଆଇଏଫଏସସି ଓ ଏମଆଇସିଆର କୋଡ ପାଇଁ ମିଶ୍ରଣ ହୋଇଥିବା ବୃହତ ବ୍ୟାଙ୍କ ସହ ଯୋଗାଯୋଗ କରି ପାଇପାରିବେ । ଏହା ସହିତ ଗ୍ରାହକମାନେ ଏହି ବ୍ୟାଙ୍କକୁ ଯାଇ ନିଜର ଫୋନ ନଂ, ଠିକଣା, ନୋମିନି ନାମ ବଦଳାଇ ପାରିବେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୦୧୯ ଅଗଷ୍ଟରେ ଘୋଷଣା ହୋଇଥିବା ବ୍ୟାଙ୍କ ମିଶ୍ରଣ ଯୋଜନା ଅନୁଯାୟୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ମିଶିବ। ଏଥିସହିତ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବାକୁ ଥିବାବେଳେ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ୍ ବ୍ୟାଙ୍କ ସହିତ ହେବ। ସେହିଭଳି ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ସହିତ ହେବ। ସେହିପରି ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!