Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ ବିକଶିତ ପରାମର୍ଶ କର୍ମଶାଳା

by ସଞ୍ଜୟ ସ୍ୱାଇଁ
June 16, 2025
in Feature News
ଜିଲ୍ଲାସ୍ତରୀୟ ବିକଶିତ ପରାମର୍ଶ କର୍ମଶାଳା
98
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଉଦ୍ଦେଶ୍ୟରେ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ସ୍ୱାଗତ ଅଭିଭାଷଣ ରଖିବା ସହ ଦେଶକୁ ବିକଶିତ କରିବା ପାଇଁ ବିକଶିତ ଓଡ଼ିଶାର ଆବଶ୍ୟକତା ସମ୍ପର୍କରେ ଆଲୋଚନା ରଖିଥିଲେ । ବିକଶିତ ଓଡ଼ିଶା ପାଇଁ ବିକଶିତ ନୟାଗଡ଼ ଗଠନ କରିବା ପାଇଁ ଆହ୍ୱାନ ଦେବା ସହ ସମସ୍ତଙ୍କ ପରାମର୍ଶ ଲୋଡ଼ିଥିଲେ । ଏସବୁ ପାଇଁ ୩ଟି ସ୍ତମ୍ଭ ଦେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ । ଆରୋଗ୍ୟ, ସମୃଦ୍ଧି ଏବଂ ସମଗ୍ର ବିକାଶକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପରିକଳ୍ପନା କରିଥିଲେ । ଖଣ୍ଡପଡ଼ା ବିଧାୟକ ମୂଳ ସମସ୍ୟାକୁ ଦୂରିଭୂତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବା ସହ ୨୪ ବର୍ଷ ମଧ୍ୟରେ କିଛି ବିକାଶ ହୋଇନଥିବା କହିଥିଲେ । ଯାହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ୨୦୦୦ ମସିହାରେ ରାଜ୍ୟର ସ୍ଥିତି ଓ ଏବେକାର ସ୍ଥିତିକୁ ତଥ୍ୟ ଭିତ୍ତିକ ତୁଳନା ଉପସ୍ଥାପନ କରିଥିଲେ । ବାଚସ୍ପତି ତାଙ୍କ ବକ୍ତବ୍ୟରେ ନୟାଗଡ଼ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ଜମି ଚିହ୍ନଟ ପ୍ରକିୟା ଆରମ୍ଭ କରିବାକୁ ପ୍ରସ୍ତାବ ରଖିଥିଲେ । ଜିଲ୍ଲାକୁ ୫୮୨ଟି ଅମୃତ ସରୋବର ନିର୍ମାଣ ପାଇଁ ଯୋଜନା ରହିଥିଲା । ତାହା ମଧ୍ୟରୁ ୧୦୦ଟି କାର୍ଯ୍ୟ ସରିଥିବା ବେଳେ ଅନ୍ୟ ଗୁଡ଼ିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସୃଜନ ସଭାଗୃହରେ ଜିଲ୍ଲା ସ୍ତରୀୟ ବିକଶିତ ପରାମର୍ଶ କର୍ମଶାଳାରେ ପ୍ରଭାରୀ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଆଲୋଚନାରେ ବିଭିନ୍ନ ବର୍ଗର ଲୋକ ମତ ପୋଷଣ କରିଥିଲେ । ଶିକ୍ଷା ବିଷୟ ଆଲୋଚନା ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଶିକ୍ଷା ବିକାଶ ଉପରେ ଆଲୋଚନା ରଖିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ନୟାଗଡ଼ ଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏବଂ ନୟାଗଡ଼ ଜିଲ୍ଲା ରାଜ୍ୟରେ ଗୈାରବ ଅର୍ଜ୍ଜନ କରୁଥିବା ଅଧ୍ୟାପକ ଦିଲ୍ଲୀପ କୁମାର ମିଶ୍ର କହିଥିଲେ । ଅଧ୍ୟାପକ ଆଶୁତୋଷ ମିଶ୍ର କଣ୍ଟିଲୋ କଣ୍ଟେଇମୁଣ୍ଡି ବାଇଗଣ ଏବଂ ନୟାଗଡ଼ ଛେନାପୋଡ଼କୁ ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି ପରୋକ୍ଷରେ କହିଥିଲେ । ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ତାଙ୍କ ବ୍ୟକ୍ତବ୍ୟ ରଖିଥିଲେ । ସେହିଭଳି ଭାବେ ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ସଂନ୍ଧ୍ୟାରୁ ନିମନ୍ତ୍ରିତ ବ୍ୟକ୍ତିମାନେ ଜିଲ୍ଲା ବିକାଶକୁ ନେଇ ବିଭିନ୍ନ ଯୋଜନା ସମ୍ପର୍କତରେ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ, ପୈାର ପରିଷଦ ଓ ଏନଏସି ଅଧ୍ୟକ୍ଷ, ବିଡିଓ, ଏନଏସି ନିର୍ବାହୀ ଅଧିକାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!