ନୟାଗଡ଼,(ବାଘୁଆବାର୍ତ୍ତା); ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଚକାଡୋଳା ଘରୋଇ ବସ ସୋର ନିକଟରେ ଦୁର୍ଘଟଣା ଗସ୍ତ ହୋଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହାତ ହୋଇଛନ୍ତି । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସ ଚାଳକ ଏବଂ ହେଲପର ଫେରାର ହୋଇଯାଇଛନ୍ତି । ୧୬ ନଂ ଜାତୀୟ ରାଜପଥ ସୋର ତହସିଲ ଆଗାରେ ଘଟିଥିବା ଏହି ଦୁର୍ଘଟରେ ଆହାତଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଇଯାଇଛି । ଏହି ବସରେ ୬୫ରୁ ଉଦ୍ଧ୍ୱର୍ ଯାତ୍ରୀ ରହିଥିବା ସୂଚନା ମିଳିଛି । ଅନେକ ଯାତ୍ରୀ ଅବସ୍ଥା ଗୁରୁତର ରହିଛି ।





