Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିକାଶ ମେଳା ; ଲକ୍ଷାଧିକ ବ୍ୟୟ, ଷ୍ଟଲ ଓ ଚେୟାର ଖାଲି

by ସଞ୍ଜୟ ସ୍ୱାଇଁ
June 12, 2025
in Nayagarh
ବିକାଶ ମେଳା ; ଲକ୍ଷାଧିକ ବ୍ୟୟ, ଷ୍ଟଲ ଓ ଚେୟାର ଖାଲି
335
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଷ୍ଟାଡିୟମ ପଡ଼ିଆରେ ଆୟୋଜନ କରିଛି ବିକାଶ ମେଳା । ଏହି ବିକାଶ ମେଳାରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଅଧାରୁ ଅଧିକ ଷ୍ଟଲ ଖାଲି ପଡ଼ିଛି । ମଞ୍ଚରେ ନେତା ଓ ପ୍ରଶାସନିକ ଅଧିକାରୀ ଦେଇଥିବା ବକ୍ତବ୍ୟ ଶୁଣିବାକୁ ତଳେ ଶ୍ରୋତା ନାହାନ୍ତି । ହାତଗଣତି ସରକାରୀ କର୍ମଚାରୀ ଏବଂ କିଛି ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା କାର୍ଯ୍ୟକ୍ରମକୁ ଆସିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ ପୁଲିସ କର୍ମଚାରୀମାନେ ଯାହା ଏପାଖ ସେପାଖ ହେଉଥିବା ଦେଖିବାକୁ ମିଳିଛି । ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ଉଦଘାଟନ କରିଛନ୍ତି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସଭାପତିତ୍ୱ ଅନିଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇ କମ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଖଣ୍ଡପଡ଼ା କିମ୍ବା ରଣପୁରରେ ଆୟୋଜନ ହୋଇଥିଲେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥାନ୍ତେ ବୋଲି କହିଥିଲେ । ଜିଲ୍ଲାପାଳ ସ୍ୱାଗତ ଅଭିଭାଷଣ ରଖିବା ସହ ବିକାଶ ମେଳା ୭ ଦିନ ପାଇଁ ଆୟୋଜିତ ହୋଇଥିବା ଏବଂ ପ୍ରତ୍ୟେକ ଦିନ ବିଷୟ ଭିତ୍ତିକ ଆଲୋଚନା କରିବା ପାଇଁ ଯୋଜନା ରହିଥିବା କହିଥିଲେ । ଆଜିର ବିଷୟ ଭିତ୍ତିକ ଆଲୋଚନା ପାଇଁ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ, ସ୍ୱାସ୍ଥ୍ୟ ବିଭାଗରୁ ଡା. ଅଭିସାର ପଣ୍ଡା, ସମନ୍ୱିତ ଶିଶୁ ବିକାଶ ବିଭାଗରୁ ଭାପୁର ବ୍ଲକ ସୁପରଭାଇଜର ସନ୍ତୋଷୀନି ପାଣି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ବିକାଶ ମେଳାରେ ଅନେକ ପାରମ୍ପରିକ ଖାଦ୍ୟ ଷ୍ଟଲ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରୁ ୭୦ ପ୍ରତିଶତ ଖାଲି ପଡ଼ିଛି । ମଞ୍ଚରେ ନେତା ଓ ପ୍ରଶାସନିକ ଅଧିକାରୀ ଭାଷଣ ରଖୁଥିବା ବେଳେ ମଞ୍ଚ ତଳ ୯୦ ପ୍ରତିଶତ ଖାଲି ପଡ଼ିଥିଲା । ପୂରା କାର୍ଯ୍ୟକ୍ରମରେ ମାତ୍ର ୫ ଶହରୁ କମ ଲୋକ ଉପସ୍ଥିତ ରହିଥିବା ଦେଖାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସରକାର ବିକାଶ ମେଳା ଆୟୋଜନ କରୁଥିବା ବେଳେ ପ୍ରଚାର ଓ ପ୍ରସାର ଅଭାବରୁ ଏନେଇ ଜିଲ୍ଲାବାସୀ ଅଜ୍ଞ ରହିଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମକୁ ଲୋକ ନଆସିବା ବିଜେପି ପ୍ରତି ଲୋକଙ୍କ ମନରେ ରହିଥିବା ଉପଲବ୍ଧି ବେଶ ବୁଝା ପଡ଼ୁଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!