ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ବ୍ଲକ ବେଣାଗାଡିଆ ପଞ୍ଚାୟତ ଅଧୀନ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି(ପ୍ୟାକ୍ସ) ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା, ବିନା କାରଣରେ ଅନୁପସ୍ଥିତ ତଥା ଅନିୟମିତତା ଅଭିଯୋଗ କରି ସମବାୟ ସମିତି ସଭାପତି ସଞ୍ଜୁକ୍ତା ସ୍ଵାଇଁ ସମ୍ପାଦକ ଦାୟିତ୍ଵରେ ଥିବା ହେମନ୍ତ କୁମାର ରାଉତଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। ସମ୍ପାଦକଙ୍କ କାର୍ୟ୍ୟକଳାପ ଚାଷୀଙ୍କ ସହିତ ସମିତିର କ୍ଷତିକାରକ ହେଉଥିବା ନେଇ ପୂର୍ବରୁ ଜିଲ୍ଲା ସମବାୟ ଉପନିବନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆନଯିବା ଯୋଗୁଁ ଶେଷରେ ପରିଚାଳନା ପରିଷଦ ବୈଠକରେ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।






