ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା ଦିନ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ମେଡିକାଲ ସେବା ସଂଘ ନୟାଗଡ଼ ଶାଖା ପକ୍ଷରୁ ନୀରବ ପ୍ରତିବାଦ ଦ୍ୱିତୀୟ ଦିନରେ ପହଞ୍ଚିଛି । ଡାକ୍ତରମାନେ ଡ୍ୟୁଟି ସାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ନୀରବ ପ୍ରତିବାଦରେ ବସିଛନ୍ତି । ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ସଂଘ ଦାବିରେ ଅଟଳ ରହିଛି । ଭାରତୀୟ ଚିକିତ୍ସକ ସଂଘ ସଦସ୍ୟ ଡା. ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସମେତ ଓଡ଼ିଶା ମେଡିକାଲ ସେବା ସଂଘ ଜିଲ୍ଲା ସଭାପତି ଡା. ବି ସୂର୍ଯ୍ୟା ରାଓ, ସମ୍ପାଦକ ପ୍ରଦୀପ ପାଇକରାୟ, ବରିଷ୍ଠ ଡାକ୍ତର ସିଦ୍ଧାର୍ଥ ଦାଶ, ଶତୃଘ୍ନ ନାୟକ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରସନ୍ନ ପ୍ରସାଦ ସାହୁଙ୍କ ସମେତ ଜିଲ୍ଲାର ବହୁ ଡାକ୍ତର ସାମିଲ ହୋଇଥିଲେ । ଯଦି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନହୁଏ ବହୁତ୍ ଶିଘ୍ର ଏହା ରାଜ୍ୟ ବ୍ୟାପି ଚାଲିବ ସୂଚନା ମିଳିଛି ।






