ସଂନ୍ଧ୍ୟାରେ ଭଜନ ସମାରୋହ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣାସହରରେ ଅବସ୍ଥିତ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆଜି ସ୍ନାନପୂର୍ଣ୍ଣିମା ପାଳନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସ୍ନାନବେଦୀଙ୍କୁ ନିଆଯାଇ ନୀତି ପରମ୍ପରା ଅନୁସାରେ ସୁବାଷିତ ଜଳରେ ସ୍ନାନ କରାଯାଇଛି । ଏହା ପରେ ଦାରୂଦିଅଁଙ୍କୁ ହାତୀବେଶ କରାଯାଇଛି । ଏହି ବେଶରେ ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଓ ଦେବୋତ୍ତର ବିଭାଗ ପରିଚାଳକ ତାପସ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଛି । ସଂନ୍ଧ୍ୟାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଛି । ନବକଳେବର ରଥଚକ ସ୍ଥାପନା କମିଟ ଓ ସଙ୍ଗୀତ ଧାରା ପକ୍ଷରୁ ଅନୁଷ୍ଠିତ ଭଜନ ସମାରୋହକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଛନ୍ତି । ସାହିତ୍ୟିକ ଡ. ବିଜୟ ଚୈାଧୁରୀ, କଂଣ୍ଠଶୀଳ୍ପି ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ ପ୍ରମୂଖ ସାମିଲ ରହିଛନ୍ତି ।






