Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାରେ ହେବ ନଦୀ ଆନ୍ଦୋଳନ

by ସଞ୍ଜୟ ସ୍ୱାଇଁ
June 10, 2025
in Feature News
ଓଡ଼ିଶାରେ ହେବ ନଦୀ ଆନ୍ଦୋଳନ
51
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟର ନଦୀ ଜଳ ପ୍ରସଙ୍ଗରେ ବିଜେପି ସରକାରଙ୍କ ବିରୋଧରେ ବିଶାଳ ଆନ୍ଦୋଳନ। ଜଳ ମାନବ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ଓଡ଼ିଶାରେ ହେବ ବିଶାଳ ନଦୀ ଆନ୍ଦୋଳନ। ନଦୀକୁ ନେଇ ଲଢ଼େଇ କରୁଥିବା ରାଜ୍ୟର ସମସ୍ତ ସଂଗଠନ, ଆନ୍ଦୋଳନକାରୀ ଆକ୍ଟିଭିଷ୍ଟ ଓ ସାଧାରଣ ଲୋକେ ଆନ୍ଦୋଳନରେ ଯୋଡ଼ିହେବେ । ଓଡ଼ିଶାର ନଦୀଗୁଡ଼ିକ ପ୍ରଦୂଷିତ ଓ ଦୟାର ଦୂଷିତ ଜଳ ବ୍ୟବହାର କରି ସାତ ଆଠ ଜଣ ଲୋକ ମୃତ୍ୟୁମୁଖରେ ପଡ଼ିଲେ । ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ଭେଟିବା ପରେ ମଧ୍ୟ ଦୟା ନଦୀର ସାମାନ୍ୟ ଦଳ ମଧ୍ୟ ସଫା ହେଲାନାହିଁ । ସେପଟେ ମହାନଦୀ ଶୁଖିଲା ପଡ଼ିଛି। ଏସବୁ ପ୍ରତିବାଦରେ ଆସନ୍ତାକାଲିଠାରୁ ଜଳମାନବ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ରାଜ୍ୟରେ ସଂଗଠନ ଗୁଡିକ କାର୍ଯ୍ୟ ଆରମ୍ଭ କରିବେ । ଆସନ୍ତାକାଲି କଣାସ ଠାରେ ଦୟା ନଦୀ ଜଳ ବ୍ୟବହାର କରି ମୃତ୍ୟୁବରଣ କରିଥିବା ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବେ ରାଜେନ୍ଦ୍ର ସିଂ ଓ ଅନ୍ୟ ପ୍ରତିନିଧି ଦଳ। ଦୟାନଦୀ ପ୍ରଦୂଷଣ ସମସ୍ୟା ବିଷୟରେ ସ୍ଥାନୀୟ ନଦୀ ଉପକୁଳିଆ ବାସିନ୍ଦାଙ୍କ ସହ ଆଲୋଚନା ଓ ନଦୀ ପରିଦର୍ଶନ କରାଯିବ । ସେହିପରି ୧୨ ତାରିଖରେ ଯାଜପୁର ରୋଡଠାରେ ବ୍ରାହ୍ମଣୀ ଓ ବୈତରଣୀ ନଦୀର ପ୍ରଦୂଷଣ ସମ୍ପର୍କରେ ନାଗରିକଙ୍କ ସହିତ ବିଚାର ବିମର୍ଷ ହେବ । ଭଦ୍ରକ ଟାଉନ ହଲ ଠାରେ ବୈତରଣୀ – ସାଳନ୍ଦୀ ନଦୀ ସୁରକ୍ଷା ସମ୍ମିଳନୀ କରାଯିବ ।ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରରେ ଓଡ଼ିଶା ନଦୀ ସୁରକ୍ଷା ସମ୍ମିଳନୀ ହେବ। ଯେଉଁଥିରେ ରାଜ୍ୟର ସବୁ ବର୍ଗର ଲୋକ, ନଦୀ ଆନ୍ଦୋଳନର ବ୍ୟକ୍ତି ବିଶେଷ ଓ ଅନ୍ୟାନ୍ୟ ବର୍ଗ ସାମିଲ ହେବେ । ଏହା ପରେ ଜଳ ମାନବ ରାଜେନ୍ଦ୍ର ସିଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଗକୁ ଏସବୁକୁ ନେଇ ଆନ୍ଦୋଳନ କିଭଳି ବ୍ୟାପକ ହେବ ସେ ନେଇ ନିଷ୍ପତ୍ତି ହେବ । ରାଜ୍ୟବ୍ୟାପୀ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ବହୁ ଲୋକଙ୍କୁ ନଦୀ ଆନ୍ଦୋଳନରେ ସାମିଲ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!