Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳାବ୍ୟାଜ୍ ପିନ୍ଧିଲେ ସମସ୍ତ ଡାକ୍ତର

by ସଞ୍ଜୟ ସ୍ୱାଇଁ
June 6, 2025
in Nayagarh
କଳାବ୍ୟାଜ୍ ପିନ୍ଧିଲେ ସମସ୍ତ ଡାକ୍ତର
425
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛି ଓଡ଼ିଶା ମେଡିକାଲ ସେବା ସଙ୍ଘ। ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଙ୍ଘ ନୟାଗଡ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ଡ଼ଃ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ ଉପସଭାପତି ଡ଼ଃ ଆଶିଷ ଦିକ୍ଷୀତଙ୍କ ସହ ନୟାଗଡ ଜିଲ୍ଲାର ବହୁ ଡାକ୍ତର ଉପସ୍ଥିତ ଥିଲେ। ସମସ୍ତେ ନିକଟରେ ହୋଇଥିବା ମାତୃ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଡ୍ୟୁଟି ସମୟରେ ଜଣେ ଡାକ୍ତରଙ୍କୁ ଆକ୍ରମଣକୁ ସମସ୍ତେ ନିନ୍ଦା କରିଥଲେ। ଘଟଣାର ସମ୍ପୁର୍ଣ୍ଣ ତଦନ୍ତ ସରି ନଥିଲେ ବି ଜଣେ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କୁ ସରକାରଙ୍କ ଅଚାନକ ନିଲମ୍ବନ ବି ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ବୋଲି ମତ ପ୍ରକାଶ ପାଇଥିଲା । ବର୍ତ୍ତମାନ ପର‌୍ୟ୍ୟନ୍ତ ଡାକ୍ତରଙ୍କ ଏତଲାକୁ ଭିତ୍ତି କରି ପୁଲିସ କାହାରିକୁ ଗିରଫ କରି ନାହିଁ ବୋଲି ସଙ୍ଘ ଅସନ୍ତୋଷ ପ୍ରକାଶ କରିଛି। ଶୁକ୍ରବାରଠାରୁ ସାରା ନୟାଗଡ଼ ଜିଲ୍ଲାର ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି ଡିୟୁଟିରେ ପ୍ରତିବାଦ କରିଛନ୍ତି। ଯଦି ୩-୪ ଦିନ ଭିତରେ ଆକ୍ରମଣ କାରୀମାନେ ଗିରଫ ନହୁଅନ୍ତି ସାରା ଜିଲ୍ଲାର ଡାକ୍ତରମାନେ ରୋଗୀ ସେବା ଜାରି କରିବା ସହ ଏକ ନୀରବ ପ୍ରତିବାଦ ଆରମ୍ଭ କରିବେ । ଏହା ସାରା ରାଜ୍ୟକୁ ଵ୍ୟାପିବ ବୋଲି ରାଜ୍ୟ ସଭାପତିଙ୍କ ପକ୍ଷରୁ ଜିଲ୍ଲା ଶାଖା ସଭାପତି ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!