Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡ଼ି ଭିତରୁ କଙ୍କାଳ ମିଳିବା ଘଟଣା: ତଦନ୍ତ କରିବ ମହିଳାଥାନା ପୁଲିସ

by ସଞ୍ଜୟ ସ୍ୱାଇଁ
March 14, 2021
in Crime, State
ଗାଡ଼ି ଭିତରୁ କଙ୍କାଳ ମିଳିବା ଘଟଣା: ତଦନ୍ତ କରିବ ମହିଳାଥାନା ପୁଲିସ
130
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଯାଁଳା ଫାଣ୍ଡି ପରିସରରେ ଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ଫାଣ୍ଡି ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଗାଡ଼ି ଭିତରୁ ଜବତ ହୋଇଥିବା ମହିଳାଙ୍କ ମୃତ ଶରୀର ଏମ୍ସ ହସ୍ପିଟାଲକୁ ବେବଚ୍ଛେଦ କରିବା ପାଇଁ ପଠାଯାଇଥିବା ବେଳେ ଏହାର ତଦନ୍ତ କରିବା ପାଇଁ ପୁଲିସ କମିଶନର ସୌମେନ୍ଦ୍ର ପ୍ରୟଦର୍ଶୀ ମହିଳା ଥାନା ଅଧିକାରୀଙ୍କୁ ତଦନ୍ତ ଭାର ଦେଇଥିବା ସୂଚନା ମିଳିଛି । ଫାଣ୍ଡି ପରିସର ଭିତରେ ଥିବା ସିଜର ଗାଡ଼ି ଭିତରୁ ମହିଳାଙ୍କ ଶବ ମିଳିବା ଏକ ସମ୍ବେଦନଶୀଳ ଘଟଣା । ତେଣୁ ପୁଲିସ ଏହାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିବା ସହିତ କଙ୍କାଳର ପରିଚୟ ଖୋଜୁଛି ପୁଲିସ । ତଦନ୍ତରେ ମିଳିଥିବା କଙ୍କାଳ ସ୍କେଚ କରାଯିବା ସହିତ ମହିଳାଙ୍କ ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ ପଠାଯିବ ବୋଲି ଦୈତ୍ୟନଗରୀ ପୁଲିସ କମିଶନର ପ୍ରକାଶ କରିଛନ୍ତି । ସୂଚନାନୁସାରେ, ମହିଳାଙ୍କ ମୃତ ଶରୀର ମିଳିଥିବା ଗାଡ଼ିଟି ୨୦୧୯ମସିହାରୁ ଗଞ୍ଜାମ ପୁଲିସ ସିଜ୍ କରି ଯାଁଳା ପୁଲିସର ଜିମା ଦେଇଥିଲା । ତେବେ ଉକ୍ତ ଗାଡ଼ିକୁ ମୁକୁଳାଇବା ପାଇଁ ମାଲିକଙ୍କୁ ୨ବର୍ଷ ଲାଗିଥିଲା । ଗତ ୮ତାରିଖ ଦିନ ଯେତେବେଳେ ଗାଡ଼ିର ମାଲିକ କୋର୍ଟଙ୍କ ଆଦେଶନାମା ଧରି ଫାଣ୍ଡିରେ ପହଞ୍ôଚ ଗାଡ଼ି ଦେଖନ୍ତି ତ ଗାଡ଼ ପଛ ଡୋର ଖୋଲାଥିଲା ଏବଂ ମହିଳାଙ୍କ ପଚାଶଢା ମୃତ ଶରୀର ପଡିଥିବା ଦେଖିବାକୁ ମିଳିବା ପରେ ଘଟଣାଟି ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା । ଯାହାକି ଫାଣ୍ଡି ପରିସରରେ ସିଜର ଗାଡ଼ିରୁ ମହିଳାଙ୍କ ମୃତ ଶରୀର ପଡିରହିଥିଲା ପୁଲିସ ପାଖରେ କେମିତି ଖବର ନଥିଲା ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୁଲିସର କାର୍ଯ୍ୟରେ ଅବହେଳା କରିଥିବା ନେଇ ଯାଁଳା ଫାଣ୍ଡି ଅଧରକାରୀକୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!