Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

by ସଞ୍ଜୟ ସ୍ୱାଇଁ
June 5, 2025
in State
ରାଜ୍ୟରେ ଉପରମୁହାଁ ତାତି
34
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଜାରି ରହିଛି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି । ଯଦିଓ କିଛି କିଛି ସ୍ଥାନରେ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି, ମାତ୍ର ତାପମାତ୍ରାକୁ ରୋକିବାରେ ଏହା ସଫଳ ହୋଇନାହିଁ। ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ସକାଳୁ ପ୍ରବଳ ଗୁଳୁଗୁଳି ଆରମ୍ଭ ହୋଇଯାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ଓ ୭ ତାରିଖରୁ ୧୦ ତାରିଖରୁ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ‘ଉଷ୍ଣ ଘାତ’ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଜୁନ୍ ୭ରୁ ଜୁନ୍ ୧୦ ମଧ୍ୟରେ ଚଳିତ ବର୍ଷର ସବୁଠାରୁ ଉତ୍ତପ୍ତ ଦିବସ ହୋଇପାରେ। ଜୁନ୍ ୫ରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଜୁନ୍ ୭ରେ କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ଜୁନ୍ ୧୦-୧୨ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ବା ତାଠାରୁ ଅଧିକ ରହିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ ସବୁଠାରୁ ଅଧିକ ଉତ୍ତପ୍ତ ଉତ୍ତପ୍ତ ରହିବ। ଏହାସହିତ ଆଭ୍ୟନ୍ତରୀଣ କଟକ, ଖୋର୍ଦ୍ଧା, ପୁରୀର କିଛି ଅଞ୍ଚଳ, ନୟାଗଡ଼ ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ମଧ୍ୟ ଅତ୍ୟଧିକ ଗରମ ସହିତ ଝାଞ୍ଜି ପବନ ଓ ଗୁଳୁଗୁଳି ହୋଇପାରେ। ଜୁନ୍ ମାସରେ ମୌସୁମୀ ବିଳମ୍ବ ହେଲେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ୨୦୨୩ ଜୁନ୍ ୧୨ରେ ରାଜ୍ୟରେ ୧୬ ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସମ୍ବଲପୁରରେ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ୪୪.୩ ଡିଗ୍ରୀ ରେକର୍ଡ ହେବା ସହ ସେହି ସମୟରେ ଏଠାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୮.୩ ଡିଗ୍ରୀ ଅଧିକ ରହିଥିଲା। ୨୦୧୬ ମସିହାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଫେସର ପଶୁପାଳକ ଆହୁରି କରିଛନ୍ତି ଯେ ଆସନ୍ତା ଜୁନ୍ ୧୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟକୁ ପୂର୍ବା ପବନ ବହିବ। ଫଳରେ ଉପକୂଳରେ ୧୧ ଏବଂ ଆଭ୍ୟନ୍ତରୀଣରେ ୧୩ରୁ ତାପମାତ୍ରା କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ଅନୁଗୁଳ, ସମ୍ବଲପୁର ଓ ଭଦ୍ରକରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବାକି ଅଧିକାଂଶ ସ୍ଥଆନରେ ତାପମାତ୍ରା ୩୭-୩୮ ଡିଗ୍ରୀ ମଧ୍ୟରେ ରହିଛି। ଏହାସହିତ ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୫୦ ପ୍ରତିଶତରୁ ଅଧିକ ରହିଥିବା ହେତୁ ରାଜ୍ୟବାସୀ ଭୀଷଣ ଗୁଳୁଗୁଳି ଭୋଗିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସମେତ ବାଲେଶ୍ୱର, ସୋନପୁର, ଟିଟିଲାଗଡ଼ ଓ ଖୋର୍ଦ୍ଧାରେ ହୋଇଥିବା ବର୍ଷା ଯୋଗୁଁ ଏଠାରେ ଜାରି ରହିଥିବା ଗୁଳୁଗୁଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!