Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁଲ ଇଞ୍ଜେକସନ ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରତିବାଦ

by ସଞ୍ଜୟ ସ୍ୱାଇଁ
June 5, 2025
in State
ଭୁଲ ଇଞ୍ଜେକସନ ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରତିବାଦ
46
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭୁଲ ଇଞ୍ଜେକସନ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟଣା । ମେଡିକାଲରେ ପହଞ୍ଚିଛନ୍ତି ତଦନ୍ତକାରୀ ଦଳ। SCBରୁ ୨ ଜଣ ଓ MKCGରୁ ୩ ଜଣ ଡାକ୍ତର ତଦନ୍ତ କରିବେ । କେଉଁ କାରଣରୁ ୬ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରିବେ। ଅନ୍ୟପଟେ ଏହି ଘଟଣାକୁ ନେଇ ହୋଇଥିବା ଅଭିଯୋଗକୁ ମେଡ଼ିକାଲ କତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମେଡିକାଲରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଗ୍ରସ୍ତ ବେଳେ କଂଗ୍ରେସ ମେଡିକାଲର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚାହୁଁଥିବାବେଳେ ମନ୍ତ୍ରୀ ତାଙ୍କୁ ସୁଯୋଗ ନ ଦେବାରୁ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ଏପରିକି ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଓ କୋରାପୁଟ ବିଧାୟକ ରଘୁରାମ ମାଛ, ରୂପକ ତୁରୁକ, ଭଗବାନ ବାହିନୀପତି ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ସ୍ବାସ୍ଥ୍ୟମନ୍ତ୍ରୀ ମାତ୍ର ୫ ମିନିଟ୍ ଆସି ବୁଲି ଯାଇଥିବା କହି କଂଗ୍ରେସ ସମାଲୋଚନା କରିଛି। ବିଜେଡି ସରକାରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କୋରାପୁଟ ବିଧାୟକ କଂଗ୍ରେସ କର୍ମୀଙ୍କୁ ଧକ୍କା ମାରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଅଭିଯୋଗ କରିଛନ୍ତି। ରୂପକ ତୁରୁକ ପ୍ରଶ୍ନ କରିଛନ୍ତି କି ମନ୍ତ୍ରୀ ଆଇସିୟୁ ବିଭାଗ ଯାଇ ସ୍ଥିତି ପରଖିବା କଥା। କିନ୍ତୁ ସେ ଆଇସିୟୁ ନ ଯାଇ ଏଠାକୁ କ’ଣ ଦେଖିବାକୁ ଆସିଥିଲେ ? ବର୍ତ୍ତମାନ ମଡିକାଲରେ ତଦନ୍ତକାରୀ ଦଳ ପ୍ରକୃତ ଘଟଣାର ଖୋଳତାଳ କରୁଛନ୍ତି ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!