Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋହିବାଙ୍କ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
June 5, 2025
in Nayagarh, State
ରୋହିବାଙ୍କ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ
35
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବିଶ୍ଵବ୍ରହ୍ମାଣ୍ଡ ରେ ଅଦ୍ଵିତୀୟ ଗ୍ରହ ହେଉଛି ପୃଥିବୀ କାରଣ କେବଳ ଏହି ଗ୍ରହରେ ଜୀବଜଗତ ସୃଷ୍ଟି ହୋଇଛି। 4.6 ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ପୃଥିବୀ ବର୍ତ୍ତମାନ ଏକ ଜ୍ୱଳନ୍ତ ପିଣ୍ଡ ଆଡକୁ ଅଗ୍ରସର ହେଉଛି। ତେଣୁ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପରିବେଶ ବିଭାଗ ଯୁଗ୍ମ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ବିଦ୍ୟାଳୟ ର ସ୍କାଉଟ ଗାଇଡ଼ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ହୋଇସାରିଛି। କାର୍ଯ୍ୟକ୍ରମ ରେ ଧରିତ୍ରୀ ମାତୃଭୂମି ଓ ପ୍ରକୃତିକୁ ସମ୍ମାନ ଓ ସମର୍ପିତ ଦେଖାଇବା ସହିତ ଜ୍ୱଳନ୍ତା ପିଣ୍ଡକୁ ଶୀତଳତା ଆଡକୁ ନେବା, ତାକୁ ସବୁଜ ସୁନ୍ଦର ବେଶରେ ଦେଖିବା ପାଇଁ ମା ନାମରେ ଗଛ ଟିଏ ଲଗାଇ ଏହାର ଯତ୍ନ ନେବାକୁ ସଚେତନ କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଖେଳ ଶିକ୍ଷକ ଆଲୋକ ନାୟକ ପିଲାମାନଙ୍କୁ ନେଇ ବିଦ୍ୟାଳୟ ହତା ଭିତରେ ବୃକ୍ଷ ରୋପଣ କରାଇଥିଲେ। ବୃକ୍ଷରୋପଣ ସାଙ୍ଗକୁ ମାଟିକୁ ଦୂଷିତ କରୁଥିବା ପ୍ଲାଷ୍ଟିକ ଓ ପଲିଥିନ କୁ ଘରେ ଓ ନିଜ ଆଖପାଖ ଅଞ୍ଚଳ ରେ ବର୍ଜନ କରିବାକୁ ଶପଥ ନେଇଥିଲେ। ନିଜ ଘରର ବାରି ତଥା ଖୋଲା ସ୍ଥାନରେ ବୃକ୍ଷରୋପଣ ଓ ତାର ଯତ୍ନ ପାଇଁ ଏକ ସଚେତନତା ଶୋଭାଯାତ୍ରା କରି ରୋହିବାଙ୍କ ଗ୍ରାମ ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀ ସାହୁ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସୁନିତା ବେହେରା, ପ୍ରିୟଦର୍ଶନୀ ମହାପାତ୍ର, ଶିକ୍ଷକ ସୁଯ୍ୟମଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!