Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ଏନଏସି ରେ ଦୁର୍ନୀତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି ଉଦେଶ୍ୟରେ କାଉନସିଲର ଓ ଉପାଧ୍ୟାକ୍ଷଙ୍କ ଧାରଣା

by ସଞ୍ଜୟ ସ୍ୱାଇଁ
June 3, 2025
in State
ରଣପୁର ଏନଏସି ରେ ଦୁର୍ନୀତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି ଉଦେଶ୍ୟରେ କାଉନସିଲର ଓ ଉପାଧ୍ୟାକ୍ଷଙ୍କ ଧାରଣା
112
VIEWS
Share on FacebookShare on Twitter

ଜିଲ୍ଲା ପ୍ରଶାସନ ତଦନ୍ତ ପ୍ରତିଶୃତି ପରେ ହଟିଲା ଧାରଣା

ରଣପୁର, (ବାଘୁଆବାର୍ତ୍ତା): ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନ୍ୟାୟ ଓ ଦୃନୀତି ଅଭିଯୋଗ କରି କିଛି କାଉନସିଲର ଓ ଉପାଧ୍ୟକ୍ଷ ସମେତ ତାଙ୍କର କିଛି ସମର୍ଥକ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ l ଧାରଣା ର କିଛି ସମୟ ପରେ ନିର୍ବାହୀ ଅଧିକାରୀ କର୍ମଚାରୀ ମାନଙ୍କ ସହ ଧାରଣା ସ୍ଥଳକୁ ଯାଇ ପଚାରି ବୁଝିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ l ପରିଶେଷରେ ରେ ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତିହୃତ ହୋଇଥିବା ଜଣାପଡିଛି l ଆକୁ ନେଇ ରଣପୁର ଏନଏ ସି ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି l ଉଭୟ କାଉନସିଲର ଅଧକ୍ଷା ଓ ଉପାଧ୍ୟାକ୍ଷା ସମସ୍ତେ ବିଜୁ ଜନତା ଦଳର ଅଟନ୍ତି l ଆନ୍ଦୋଳନ କାରୀ କାଉନସିଲର ମାନଙ୍କ ଅଭିଯୋଗ ଯେ ରଣପୁର ଏନଏସି ପନ୍ଦର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ପନ୍ଦର ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି l କିନ୍ତୁ ଏନଏସି ଅଧକ୍ଷା ଓ ତାଙ୍କ ସ୍ୱାମୀ ଚକ୍ରାନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପ୍ରଲୋଭିତ କରାଇ କାଉସିଲର ମାନଙ୍କୁ ଜାଣି ଶୁଣି ଅସହଯୋଗ କରିବା ସହିତ ବିନାଟେଣ୍ଡରରେ କାର୍ଯ୍ୟ କରିବା ଜାଲ ଦସ୍ତଖତ କରାଇ ସଭାବହି ପ୍ରସ୍ତୁତ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ଦୃନୀତି କରି ଅନୁଦାନ ରାଶିକୁ ହଡପ କରୁଛନ୍ତି l ଏଗ୍ରିକଲଚର ହଟିକଲଚର ଫିସରୀ ଆଦିରୁ ସବସିଡି ଅର୍ଥ ହଡପ କରୁଥିବା ଅଭିଯୋଗ ଆଣିଥିଲେ l ପରିଷଦ ର ବିନାନୁମୋଦନ ରେ ଟେଣ୍ଡର ନକରାଇ ସ୍ପିଟପରେ କାର୍ଯ୍ୟଦେଶ ଦେଇ ଟଙ୍କା ହଡପକରୁଥିବା ଅଭିଯୋଗ ଆଣିଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦ ର କୋୖଣସି ଷ୍ଟାଣ୍ଡିଙ୍ଗ କମିଟି ଗଠନ କରାନଯାଇ ମନଇଛା ବିଭିର୍ଣ୍ଣ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିଚାଲିଥିବା ଅଭିଯୋଗ ଆଣିଥିଲେ l ଏହିସବୁ ଦାବି ଉଲେଖ କରି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ସହିତ ସୋମବାର ସକାଳ ସାତ ଟାରେ ବିଜ୍ଞାପିତ ଅଫିସ ସମୁଖରେ ଧାରଣାରେ ବସିବେ ବୋଲି ଜଣାଇଥିଲେ l ଧାରଣା ସମ୍ପର୍କରେ ଖବର ପାଇଁ ଅପରାହ୍ନ ୩ଟାରେ ଜିଲ୍ଲାମୁଖ୍ୟ ପ୍ରଶାସନିକ ଅଧିକାରୀ ପିଡି ଡୁଡ଼ା ଲଗ୍ନଜିତ ରାଉତ ଓ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଧାରଣା ସ୍ଥଳରେ ପହଞ୍ଚି କାଉନସିଲର ଓ ଉପାଧ୍ୟକ୍ଷଙ୍କୁ ବୁଝା ସୁଝା କରିବା ସହିତ ଆଗାମୀ ଦୁଇ ଦିନ ମଧ୍ୟରେ ତା ୫. ୦୬. ୨୦୨୫ରିଖରେ କମିଟି ଗଠନ କରି ନିରପେକ୍ଷ ତଦନ୍ତ କରାଯିବା ସହ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା l ରଣପୁର ଏନଏସି ଅଧକ୍ଷାଙ୍କୁ ଏସମ୍ପର୍କରେ ପଚରିବାରେ ଏସବୁ ଦୃନୀତି ଅଭିଯୋଗ କୁ ଅମୂଳକ ଓ ଭିତ୍ତିହୀନ କହିବା ସହିତ ସମସ୍ତ ଅଭିଯୋଗ ର ନିରପେକ୍ଷ ତଦନ୍ତ କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ମତରଖିଥିଲେ l

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!