Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କମିଲା ପରିବହନ ବିଭାଗର କ୍ଷମତା : ପୁଲିସ କରିବ ଗାଡ଼ି ଯାଞ୍ଚ

by ସଞ୍ଜୟ ସ୍ୱାଇଁ
June 2, 2025
in State
କମିଲା ପରିବହନ ବିଭାଗର କ୍ଷମତା : ପୁଲିସ କରିବ ଗାଡ଼ି ଯାଞ୍ଚ
167
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟର ସମସ୍ତ ସହରାଞ୍ଚଳରେ ପୁଲିସକୁ ମୋଟର ଯାନ ସମ୍ପର୍କିତ ସମସ୍ତ ଯାଞ୍ଚ କ୍ଷମତା ସହ ଜରିମାନା ଆଦାୟ କ୍ଷମତା ଦେବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପରିବହନ କମିସନର ଏକ ଚିଠି ଲେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ନିବେଦନ କରିଛନ୍ତି। ମୋଟର ଯାନ ଆଇନ(ଏମ୍ଭି ଆକ୍ଟ)- ୧୯୮୮ ଅନୁଯାୟୀ ସଂପ୍ରତି ପୁଲିସକୁ କିଛି କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତା ବଳରେ ପୁଲିସ ପକ୍ଷରୁ ହେଲ୍ମେଟ୍ ଓ ଭୁଲ୍ ଦିଗରେ ଗାଡ଼ି ଚାଳନା, ଟ୍ରିପଲ୍ ରାଇଡର ଓ ସିଟ୍ ବେଲ୍ଟ ନ ବାନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ପାଇଁ ଜରିମାନା ଆଦାୟ କରାଯାଉଛି। ମାତ୍ର ଆଗକୁ ପୁଲିସକୁ ଏ କ୍ଷେତ୍ରରେ ଅଖଣ୍ଡ କ୍ଷମତା ଦେବା ପାଇଁ ପରବହନ ବିଭାଗ ପକ୍ଷରୁ ବିଚାର କରାଯାଉଛି। ଯଦିଓ ରାଜ୍ୟରେ ଦୁର୍ଘଟଣା ହ୍ରାସକୁ ଆକଳନ କରି ବିଭାଗ ଏଭଳି ନିଷ୍ପତ୍ତି ନେବା ପାଇଁ ଯୋଜନା କରୁଛି, ହେଲେ ବିଭାଗର ଏଭଳି ନିଷ୍ପତ୍ତି ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଲିଖିତ ଚିଠିରେ ଦର୍ଶାଯାଇଛି ଯେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ପୁଲିସ ଷ୍ଟେସନରେ ନିଯୁକ୍ତ ସବ-ଇନ୍ସପେକ୍ଟର ପଦବୀ ଏବଂ ତା’ଠାରୁ ଅଧିକ ପାହ୍ୟାର ପୁଲିସ ଅଧିକାରୀ, ଓ ଗ୍ରାମାଞ୍ଚଳରେ ନିଯୁକ୍ତ ସହକାରୀ ସବ-ଇନ୍ସପେକ୍ଟର ପଦବୀ ଏବଂ ତା’ଠାରୁ ଅଧିକ ପାହ୍ୟାର ଅଧିକାରୀ ଏବଂ ରାଜ୍ୟର ସମସ୍ତ ଟ୍ରାଫିକ ପୁଲିସ ଷ୍ଟେସନକୁ ଏମ୍ଭି ଆକ୍ଟ-୧୯୮୮ର ଧାରା ୧୮୦, ୧୮୧, ୧୮୪ (କ), ୧୮୪ (ଖ), ୧୮୪ (ଘ), ୧୮୪ (ଇ), ୧୮୪ (ଚ), ୧୮୫, ୧୯୨, ୧୯୬ ଅନୁଯାୟୀ ଦଣ୍ଡନୀୟ ମୋଟରଯାନ ଏବଂ ଯୌଗିକ ଅପରାଧ ଯାଞ୍ଚ କରିବାକୁ ଅଧିକାର ଦିଆଯାଇପାରେ। ଏହି ନିଷ୍ପତ୍ତି ବଳରେ ପୁଲିସ ଅଧିକାରୀମାନେ ପୂର୍ବ କ୍ଷମତା ସାଙ୍ଗକୁ ଫିଟ୍ନେସ୍, ଇନ୍ସ୍ୟୁରାନ୍ସ, ପର୍ମିଟ୍, ରେଜିଷ୍ଟ୍ରେସନ୍ ଆଦି କ୍ଷେତ୍ରରେ ମଧ୍ୟ ଜରିମାନା ଆଦାୟ କରିପାରିବେ। ବରିଷ୍ଠ ଆଇନଜୀବୀ ତଥା ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି ଯେ ଗୋଟିଏ ଘଟଣା ପାଇଁ ପୁଲିସ ଓ ପରିବହନ ବିଭାଗକୁ ମିଳିତ ଭାବେ କ୍ଷମତା ଦିଆଯାଇପାରିବ ନାହିଁ। ଏହାଦ୍ୱାରା ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ରହିଛି। ଯାହାକୁ ନେଇ ପୂର୍ବରୁ ମାସାନୀ କମିସନ ଆପତ୍ତି ଉଠାଇବା ସହ ଏଭଳି ନିୟମ କାର୍ଯ୍ୟକାରୀ ନ କରିବାକୁ ସୁପାରିସ୍ କରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ପୁୁଲିସ ନିଜ କ୍ଷମତା ବଳରେ ଯେଉଁ ଜରିମାନା ଅର୍ଥ ଆଦାୟ କରୁଛି, ଏହି ଅର୍ଥକୁ ମାସ ମାସ ଧରି କୋର୍ଟକୁ ପଠାଉନାହିଁ। ପୁଣି ଯେଉଁ ଦଫାଗୁଡ଼ିକରେ ପୁଲିସକୁ କ୍ଷମତା ଦେବା ପାଇଁ ଯୋଜନା ହେଉଛି, ସେହି ଦଫାରେ ଜରିମାନାର ପରିମାଣ ବହୁ ଅଧିକ ରହିଛି। ତେଣୁ ପୁଲିସକୁ ଏମ୍ଭି ଆକ୍ଟରେ ଯାନ ଯାଞ୍ଚ ଓ ଜରିମାନା ଆଦାୟ କ୍ଷମତା ଦିଆଗଲେ ପରିବହନ ବିଭାଗର ଆର୍ଥିକ ସ୍ଥିତି ବିଗିଡ଼ିଯିବା ସହ ପୁଲିସ ବିଭାଗ ଅଧିକ ଶକ୍ତିଶାଳୀ ହେବ ବୋଲି ଶ୍ରୀ ନନ୍ଦ ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!