Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦୁଝରରେ କମିବ ହଳଦୀ ଉତ୍ପାଦନ

by ସଞ୍ଜୟ ସ୍ୱାଇଁ
June 2, 2025
in State
କେନ୍ଦୁଝରରେ କମିବ ହଳଦୀ ଉତ୍ପାଦନ
27
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଓଡ଼ିଶାରେ କନ୍ଧମାଳରେ ସବୁଠାରୁ ଅଧିକ ହଳଦୀ ଚାଷ ହୋଇଥାଏ । ତେବେ କେନ୍ଦୁଝରରେ ହଳଦୀ ଚାଷ ପାଇଁ ଅନୁକୂଳ ପରିବେଶ ରହିଛି । ଜଳସେଚନ ସହିତ ବିନା ଜଳସେଚିତ ଜମିରେ ମଧ୍ୟ ହଳଦୀ ଉତ୍ପାଦନ ହୋଇଥାଏ । ପାହାଡିଆ ଅଞ୍ଚଳରେ ଜୈବିକ ପଦ୍ଧତିରେ ହଳଦୀ ଚାଷ ହେଉଥିବା ବେଳେ ଏଥର କୃଷି ବିଭାଗ କେନ୍ଦୁଝରକୁ ଅଣଦେଖା କରିଛନ୍ତି । ଫଳରେ ୫ଶହ ହେକ୍ଟର ଜମିରେ ହଳଦୀ ଚାଷ ହେଉଥିବା ବେଳେ ଚଳିତବର୍ଷ ମାତ୍ର ୧୩୦ ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ହଳଦୀ ଚାଷ ମେ’ ମାସରୁ ଜୁନ୍ ମାସ ମଧ୍ୟରେ ହୋଇଥାଏ । କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକ୍ରେ ହଦଳୀ ଚାଷ କରାଯାଉଛି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଉନ୍ନତମାନର ବିହନ ରୋମା ଓ ସୁରମା କିସମର ବିହନ କେନ୍ଦୁଝରରେ ପହଞ୍ଚିଛି । ୧୩୦ ହେକ୍ଟର ପାଇଁ ୧୯୫୦ କୁଇଣ୍ଟାଲ ବିହନ ସରକାର ଯୋଗାଇ ଦେଇଛନ୍ତି । ଚାଷୀମାନଙ୍କୁ ସରକାର ହେକ୍ଟର ପତି ୧୪ ହଜାର ୭୩୨ ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଜଣେ ଚାଷୀକୁ ଅତିକମ୍ରେ ୨୫ ଡିସିମିଲ୍ ଓ ସର୍ବାଧିକ ୫୦ ଡିସିମିଲ ଜମିରେ ହଳଦୀ ଚାଷ ପାଇଁ ରିହାତି ବ୍ୟବସ୍ଥା ରହିଛି । କିଲୋଗ୍ରାମ ପ୍ରତି ବିହନର ମୂଲ୍ୟ ୭୮ ଟଙ୍କା ରହିଥିବା ବେଳେ ୨୫ ଡିସିମିଲ ଜମି ପାଇଁ ୧୧୭୦୦ ଟଙ୍କାର ବିହନ ଆବଶ୍ୟକ ପଡିଥାଏ । ଜଳସେଚିତ ଜମି ହେଲେ ହେକ୍ଟରରେ ୨୦ରୁ ୨୫ ଟନ୍ ହଳଦୀ ଉତ୍ପାଦନ ହେଉଥିବା ବେଳେ ଅଣଜଳସେଚିତ ଜମିରେ ୯ ଟନ୍ ପର୍ଯ୍ୟନ୍ତ ହଳଦୀ ଆମଦାନୀ ହୋଇଥାଏ । ଚଳିତବର୍ଷ କେନ୍ଦୁଝରରେ ୧ ଲକ୍ଷ ୩୬ ହଜାର ୫୦୦ କୁଇ୍ଣ୍ଟାଲ ହଳଦୀ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । କେନ୍ଦୁଝର ଉପଖଣ୍ଡରେ ସର୍ବାଧିକ ୮୦ ହେକ୍ଟର ଜମିରେ ହଳଦୀ ଚାଷ କରାଯାଉଥିବା ବେଳେ ଆନନ୍ଦପୁରରେ ୩୦ ହେକ୍ଟର ଓ ଚମ୍ପୁଆ ଉପଖଣ୍ଡରେ ମାତ୍ର ୨୦ ହେକ୍ଟର ଜମିରେ ହଳଦୀ ଚାଷ କରାଯାଉଛି । ତେଲକୋଇ ଓ ବାଂଶପାଳ ବ୍ଲକ୍ରେ ୧୫ ହେକ୍ଟର ଲେଖାଁଏ ଚାଷ କରାଯାଉଥିବା ସମୟରେ କେନ୍ଦୁଝର ସଦର, ପାଟଣା, ସାହାରପଡା, ଘଟଗାଁ ଓ ହରିଚନ୍ଦନପୁର ବ୍ଲକ୍ ପାଇଁ ୧୦ ହେକ୍ଟର ଟାର୍ଗେଟ୍ ରହିଛି । ସେହିପରି ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ ୧୦ ହେକ୍ଟର ଲେଖାଁଏ ଚାଷ କରାଯିବାକୁ ଥିବା ବେଳେ ଚମ୍ପୁଆ ଉପଖଣ୍ଡର ଚମ୍ପୁଆ ବ୍ଲକରେ ୧୪୦ ହେକ୍ଟର ଝୁମ୍ପୁରା ବ୍ଲକରେ ୮ ହେକ୍ଟର ଓ ଯୋଡା ବ୍ଲକରେ ମାତ୍ର ୨ ହେକ୍ଟର ଜମିରେ ହଳଦୀ ଚାଷ ପାଇଁ ଟାର୍ଗେଟ୍ ରହିଛି । ସେହିପରି ୧ ହେକ୍ଟର ଜମିରେ ୭୦ କୁଇଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦନ ହେବ ବୋଲି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୌମେନ୍ଦ୍ର ପାଣିଗ୍ରାହୀ କହିଛନ୍ତି । ଉଦ୍ୟାନ୍ କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝରରେ ପାହାଡିଆ ଅଞ୍ଚଳ ଯୋଗୁ ଅଧିକ ହଳଦୀ ଉତ୍ପାଦନ ହୋଇଥାଏ । ହଳଦୀ ଚାଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ କମ୍ ରହୁଥିବାରୁ ଚାଷୀମାନେ ଚାଷ କରିବାକୁ ଆଗ୍ରହ ଦେଖାଇଥାନ୍ତି । ଗତବର୍ଷ ୫ଶହ ହେକ୍ଟରରେ ହଳଦୀ ଚାଷ ହୋଇଥିବା ବେଳେ ଏଥର ସରକାର ଟାର୍ଗେଟ୍ କମ୍ ଦେଇଛନ୍ତି । ତଥାପି ବୈଜ୍ଞାନିକ ପଦ୍ଧତି ଓ ଉନ୍ନତ କିସମର ବିହନ ଦ୍ୱାରା ଅଧିକ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଚାଷୀମାନେ ଚାଷ କରିବା ପୂର୍ବରୁ ଆବେଦନ କଲେ ବିହନ ମାଗଣାରେ ଯୋଗାଇ ଦିଆଯାଉଛି । ଏହାସହିତ ଚାଷ ସମ୍ପର୍କିତ ପରାମର୍ଶ ମଧ୍ୟ ବିଭାଗ ପକ୍ଷରୁ ଦିଆଯାଉଛି ବୋଲି ସେ କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!