Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତମାଖୁ ସେବନରେ ଏକ ନମ୍ବର କଟକ

by ସଞ୍ଜୟ ସ୍ୱାଇଁ
June 2, 2025
in State
ତମାଖୁ ସେବନରେ ଏକ ନମ୍ବର କଟକ
51
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ନିଷେଧାଦେଶ ଜାରି ହୋଇଥିବା ତମ୍ବାଖୁ ଜାତୀୟ ପଦାର୍ଥ ସେବନରେ କଟକ ଏକ ନମ୍ବରରେ ରହିଛି। କଟକରେ ୨୦୧୬ରୁ ୨୦୨୦ ଯାଏଁ ୧୮,୬୫୨ ଜଣଙ୍କ ନିକଟରୁ ୧୭ ଲକ୍ଷ ୨ ହଜାର ୬୪୦ ଟଙ୍କା ଜରିମାନା ଆଦାୟ ହୋଇଛି। ଭୁବନେଶ୍ବରରେ ୪,୭୧୪ ଜଣଙ୍କ ନିକଟରୁ ୪ ଲକ୍ଷ ୮୦ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। କମିସନରେଟ୍ ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍ ସମୟରେ ଏ ପ୍ରକାର ଚିତ୍ର ଉଦ୍ବେଗ ସୃଷ୍ଟି କରିଛି। ଯୁବକଙ୍କ ଅପେକ୍ଷା ବୟସ୍କମାନେ ଅଧିକ ମାତ୍ରାରେ ତମାଖୁ ଜାତୀୟ ପଦାର୍ଥ ବ୍ୟବହାର କରୁଛନ୍ତି। ‘କୋଟପା’ ନିୟମ ୨୦୦୩ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ସିଗାରେଟ୍ କିମ୍ବା ବିଡ଼ି ଟାଣିବା ନିଷେଧ। ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ ସାମଗ୍ରୀ ବିକ୍ରି ନିଷେଧ କରାଯିବା ସହ ଅନେକ କଟକଣା ଜାରି କରାଯାଇଥିଲା। ଏହି କଟକଣା ଆଧାରରେ କମିସନରେଟ୍ ପୁଲିସ ୨୦୨୩ରେ ୯,୧୭୦ ଜଣଙ୍କ ନିକଟରୁ ୧୦ ଲକ୍ଷ ୯୪ ହଜାର ୧୮୦ ଟଙ୍କା, ୨୦୨୧ରେ ୧,୨୫୨ ଜଣଙ୍କ ନିକଟରୁ ୬୪,୨୦୦ ଟଙ୍କା ଜରିମାନା ଆଦାୟ କରିଥିଲା। ୨୦୨୦ରେ ଭୁବନେଶ୍ବରରେ ୩୧ ଜଣଙ୍କ ନିକଟରୁ ୩,୮୫୦ ଟଙ୍କା ଓ କଟକରେ ୧,୩୩୨ ଜଣଙ୍କ ନିକଟରୁ ୧ଲକ୍ଷ ୬୫ ହଜାର ୮୯୦ ଟଙ୍କା ଆଦାୟ କରାଯାଇଛି। କଟକରେ ୨୦୧୯ ଜାନୁଆରିରେ ୪,୫୧୫ ଖିଲାପୀଙ୍କ ନିକଟରୁ ୪ ଲକ୍ଷ ୬ ହଜାର ୨୦୦ ଟଙ୍କାର ଜରିମାନା ଓ ଭୁବନେଶ୍ବରରେ ୪୬୬ ଜଣ ଖିଲାପୀଙ୍କ ନିକଟରୁ ୪୮,୭୫୦ ଟଙ୍କା ଆଦାୟ କରାଯାଇଛି। ୨୦୧୮ରେ କଟକରେ ୪,୭୪୦ ଜଣଙ୍କ ନିକଟରୁ ୪ ଲକ୍ଷ ୭ ହଜାର ୭୫୦ ଏବ˚ ଭୁବନେଶ୍ବରରେ ୯୧୪ ଜଣଙ୍କ ନିକଟରୁ ୯୨,୮୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୨୦୧୭ରେ କଟକରେ ୫,୦୪୬ ଜଣଙ୍କ ନିକଟରୁ ୪ ଲକ୍ଷ ୫୪ ହଜାର ୫୫୦ ଏବ˚ ଭୁବନେଶ୍ବରରେ ୧,୪୯୩ ଜଣଙ୍କ ନିକଟରୁ ୧ ଲକ୍ଷ ୫୨ ହଜାର ୬୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ୨୦୧୬ରେ କଟକରେ ୩,୦୧୯ ଜଣଙ୍କ ନିକଟରୁ ୨ ଲକ୍ଷ ୬୮ ହଜାର ୨୫୦ ଏବ˚ ଭୁବନେଶ୍ବରରେ ୧,୮୧୦ଜଣଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏ ସମ୍ପର୍କରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, ତମାଖୁ ସେବନ ଦ୍ବାରା ମୁଖ ଗହ୍ବର କର୍କଟଠାରୁ ଆରମ୍ଭ କରି ହୃଦ୍ରୋଗ, ଉଚ୍ଚ ରକ୍ତଚାପ ହେଉଛି। ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକୋଟିନ୍ ରିପ୍ଲେସ୍ମେଣ୍ଟ ଥେରାପି ସହିତ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ପୁପ୍ରୋପ୍ରିୟନ୍, ଭାରେନକ୍ଲିନ୍ ଔଷଧ ଦିଆଯାଉଛି। ଏହାସହିତ କାଉନ୍ସେଲିଂ ମାଧ୍ୟମରେ ଏଭଳି ବଦ୍ଭ୍ୟାସକୁ ରୋକାଯାଇପାରୁଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!