Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ସହ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
June 2, 2025
in State
ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ସହ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ
61
VIEWS
Share on FacebookShare on Twitter

କପ୍ତିପଦା, (ବାଘୁଆବାର୍ତ୍ତା): ସହକାରୀ ତହସିଲଦାରଙ୍କୁ ପିଛା କରି ଆକ୍ରମଣ କରିଲେ ବାଲି ମାଫିଆ । ତାଙ୍କ ଗାଡ଼ିକୁ ପିଟି ଭାଙ୍ଗି ଦେଲେ ମାଫିଆ । ଗାଡ଼ିଟି ଜଣେ ବାଲି ମାଫିଆଙ୍କ ମଟର ସାଇକେଲକୁ ଦୁର୍ଘଟଣା ଘଟାଇ ଥିବାରୁ କେତେଜଣ ମିଳିତ ଆକ୍ରମଣ କରିଥିବା ଜଣାପଡ଼ିଛି । ଫଳରେ ମଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ସରକାରଙ୍କ ତରଫରୁ ବାଲି ଚାଲାଣ ଉପରେ ରୋକ ଥିବାବେଳେ ବେଧଡ଼କ ଭାବେ ଚାଲିଛି ବେଆଇନ ବାଲି ଚାଲାଣ । ଏହାକୁ ନେଇ କପ୍ତିପଦା ପ୍ରଶାସନ ଧରପଗଡ଼ କରି ବିଭିନ୍ନ ସମୟରେ ବହୁ ବାଲି ବୋଝେଇ ଗାଡ଼ି ଜବତ କରି ଜରିମାନା ଆଦାୟ କରି ଆସୁଥିବା ବେଳେ କେତେଥର ବାଲି ମାଫିଆଙ୍କ ଆକ୍ରମଣର ଶୀକାର ମଧ୍ୟ ହୋଇଛି । ତେବେ ରବିବାର ରାତି ୪ଟା ବେଳେ କପ୍ତିପଦା ବଜାରରେ ରହୁଥିବା ଭଡ଼ା ଘରୁ ସହକାରୀ ତହସିଲଦାର ଭୀମକାନ୍ତ ମାଝୀ ଏକ ପ୍ରାଇଭେଟ ବୋଲେରୋରେ ବାହାରିଥିଲେ । ଛକରେ ଜଗିରହିଥିବା ବାଲି ମାଫିଆ ମାନେ ତାଙ୍କ ଗାଡିକୁ ପିଛା କରିଥିଲେ । ସେ ଭୟରେ ବ୍ଲକ ପଛ ଦେଇ ଗାଡ଼ି ନେଇ କପ୍ତିପଦା ଥାନାରେ ପହଞ୍ଚିବା ସମୟରେ ପିଛା କରିଥିବା ବାଲି ମାଫିଆମାନେ ତାଙ୍କ ଗାଡିକୁ ପିଟି ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ତାଙ୍କ ଗାଡ଼ି ଜଣେ ବାଲି ମାଫିଆଙ୍କ ମଟର ସାଇକେଲକୁ ଦୁର୍ଘଟଣା ଘଟାଇ ଥିବାରୁ କେତେଜଣ ମିଳିତ ଆକ୍ରମଣ କରିଥିବା ଜଣାପଡ଼ିଛି । ମଟର ସାଇକେଲ ଆରୋହୀ ଗୁରୁତର ଥିବାରୁ କପ୍ତିପଦା ଡାକ୍ତରଖାନାରୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଉଭୟଙ୍କ ତରଫରୁ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!