Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁଙ୍କ ପ୍ରତି ହିଂସାକୁ ରୋକ, ଅଧିକାରକୁ ସମ୍ମାନ ଦିଅ

by ସଞ୍ଜୟ ସ୍ୱାଇଁ
March 13, 2021
in Feature News
ଶିଶୁଙ୍କ ପ୍ରତି  ହିଂସାକୁ ରୋକ, ଅଧିକାରକୁ ସମ୍ମାନ ଦିଅ
121
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା): ଶିଶୁଙ୍କ ପ୍ରତି ହିଂସା ଦିନକୁ ଦିନ ବଢୁଥିବାରୁ ଏହାର ବିଲୋପ ପାଇଁ ସାମାଜିକ ସଂଗଠନ, ନାଗରିକ ସମାଜ, ଶିଶୁ ସୁରକ୍ଷା ପ୍ରତିଷ୍ଠାନ ଏବଂ ଶିଶୁଙ୍କ ଅଭିଭାବକ ଆଗେଇ ଆସିବା ଉଚିତ। ଶିଶୁମାନଙ୍କୁ ବନ୍ଧୁ ଭାବିବା ସହିତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି। ଭାରତରେ ଶିଶୁଙ୍କ କ୍ଷେତ୍ରରେ ଯୌନ ନିର୍ଯାତନା ଓ ଶୋଷଣର ଅନ୍ତ ଘଟାଇବା ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଜଷ୍ଟିସ୍ ଡି.ପି.ଚୌଧୁରୀ କହିଥିଲେ ଯେ ଶିଶୁଙ୍କୁ ନିର୍ଯାତନାରୁ ସୁରକ୍ଷା ଦେବାକୁ ନାଗରିକ ସମାଜ ସଚେତନତା ଅଭିଯାନକୁ ବ୍ୟାପକ କରିବା ଦରକାର। ଯୌନ ହିଂସା ବନ୍ଦ ପାଇଁ ଆଇନର କାର୍ଯ୍ୟକାରିତା ସହ ଆଇନ ଠିକ୍ ଭାବେ ଯେପରି କାର୍ଯ୍ୟକାରୀ ହେବ ସେ ଦିଗରେ ମଧ୍ୟ ଯତ୍ନବାନ ହେବାକୁ ପଡ଼ିବ। ସାଇଭାକ୍ର ଡାଇରେକ୍ଟର ଜେନେରାଲ୍ ଡ.ରିଞ୍ଚେନ୍ ଚୋପେଲ୍ ଉଦ୍ଘାଟନୀ ଅଧିବେଶନରେ ବକ୍ତବ୍ୟ ରଖିବା ଅବସରରେ କୋଭିଡ୍ ମହାମାରୀ କାଳରେ ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା କ୍ଷେତ୍ରରେ ସାମାଜିକ-ଅର୍ଥନୈତିକ ସ୍ତରରେ ଯେଉଁ ଆହ୍ୱାନ ଦେଖାଦେଇଛି ତାହାର ମୁକାବିଲା ପାଇଁ ସାମାଜିକ ସଂଗଠନ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ମତପୋଷଣ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ଯେ ଅଧିକାଂଶ ଶିଶୁଙ୍କୁ ନିର୍ଯାତନା ଦେବାରେ ସେମାନଙ୍କ ଆତ୍ମୀୟ ଏବଂ ନିକଟ ସମ୍ପର୍କୀୟ ସମ୍ପୃକ୍ତ ଥିବା ଜାତୀୟ ସ୍ତରର ସର୍ଭେ ରିପୋର୍ଟରେ ପ୍ରକାଶ ପାଉଥବାରୁ ଏହାର ପ୍ରତିକାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଜରୁରୀ। ନ୍ୟାସ୍ନାଲ୍ ଆକ୍ସନ୍ ଆଣ୍ଡ କୋଅର୍ଡିନେସନ୍ ଗ୍ରୁପ୍ ଫର୍ ଏଣ୍ଡିଂ ଭାଓଲେସନ୍ ଏଗ୍ନେଷ୍ଟ ଚିଲ୍ଡ୍ରେନ୍ ତଥା ପିକକ୍, ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ। ଏଥିରେ ଦେଶର ପ୍ରାୟ ୧୭ଟି ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର୍) ସଦସ୍ୟ ଯଶୱନ୍ତ ଜୈନ କହିଥିଲେ ଯେ ଶିଶୁ ବିରୋଧୀ ହିଂସା, ଯୌନ ନିର୍ଯାତନା ବଢୁଥିବାରୁ ଏହା ଏବେ ସାମାଜିକ ସମସ୍ୟାରେ ପରିଣତ ହୋଇଛି। ବାଲ୍ କଲ୍ୟାଣ ସମିତି ବା ସିଡବ୍ଲ୍ୟୁସି କାର୍ଯ୍ୟକର୍ତ୍ତାମାନେ ଏଥିପାଇଁ ସତର୍କ ରହି ସଠିକ୍ ଭାବେ କାର୍ଯ୍ୟ କରବା ଉଚିତ। ଏନ୍ଏସିଜି ଇଭାକ୍ର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ରାଜ୍ୟ ତଥା ଜାତୀୟ ସ୍ତରରେ ପିଲାମାନଙ୍କ ଉପରେ ହିଂସା ବଢ଼ିବା ଆମ ସମସ୍ତଙ୍କ ପାଇଁ ଉଦ୍ବେଗର ବିଷୟ। ଏହାର ମୂଳୋତ୍ପାଟନ ଦିଗରେ ଦିଗରେ ସରକାରୀ ଓ ବେସରକରୀ ସଂଗଠନ ତଥା ଗୋଷ୍ଠୀ ସମୂହ ମିଳିତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ମତ ଦେଇଥିଲେ।
ୱାର୍ଲ୍ଡ ଭିଜନ୍ର ମିଖାଇଲ୍ ପ୍ରଧାନ, ଏନ୍ଏସିଜି କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର ପ୍ରମୁଖ ଏଥିରେ ବକ୍ତବ୍ୟ ରଖି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ଏନ୍ଏସିଜି-ଇଭାକ୍ ଉପାଧ୍ୟକ୍ଷ ଡି.ରୋଷନ କୁମାର, ସଞ୍ଜୟ ଗୁପ୍ତା, ସୁପ୍ରିମକୋର୍ଟ ଆଡ୍ଭୋକେଟ୍ ବରୁଣ ପାଠକ, ଅନଙ୍ଗଦେବ ସିଂହ, ଅଦିତି କୌର, ଡ. ଇନ୍ଦ୍ରାଣୀ ଭଟ୍ଟାଚାର୍ଯ୍ୟ, ଓଡ଼ିଶା ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ଅଭୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନାକୁ ରୋକିବା ପାଇଁ ଆଲୋଚନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!