Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀମନ୍ଦିର ଉପରେ ଡ୍ରୋନ୍: ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
June 1, 2025
in State
ଶ୍ରୀମନ୍ଦିର ଉପରେ ଡ୍ରୋନ୍:  ଥାନାରେ ମାମଲା
46
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏ ନେଇ ପୁରୀ ଏସ୍ପି ବିନୀତ ଅଗ୍ରୱାଲ ପ୍ରତିକ୍ରିୟା ରଖିଛନ୍ତି । ଏସ୍ପି କହିଛନ୍ତି, ତଦନ୍ତ ଆରମ୍ଭ କରିଛି ପୋଲିସ । ସୋସିଆଲ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଭିଡିଓ କେବେ ଓ କିଏ ଅପଲୋଡ଼ କରିଛି ତା’ର ତଦନ୍ତ ହେବ । ଚୂନରା ସେବାୟତ ଏହି ଭିଡିଓ ଫୁଟେଜ ନେବାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ହେବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସମ୍ପୂର୍ଣ୍ଣ ବେଆଇନ ବୋଲି ଏସ୍ପି କହିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ ଡ୍ରୋନ୍ ଭିଜୁଆଲ୍ରେ ଜଣେ ଚୁନରା ସେବକଙ୍କ ଚିତ୍ର ଦେଖିବାକୁ ମିଳିଛି । ଡ୍ରୋନ୍ ଉଡିବା ସମୟରେ ସେ ଜାଣିଥିବା ଭଳି ଦୃଶ୍ୟ ବାରି ହୋଇପଡୁଛି । କାରଣ ଯେତେବେଳେ ତାଙ୍କ ଚିତ୍ର ଉତ୍ତୋଳନ ହେଉଛି ସେତେବେଳେ ସେ ମୁଣ୍ଡିଆ ମାରୁଛନ୍ତି । ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି । ଚୁନରା ସେବକଙ୍କ ଦ୍ବାରା ୧୪ ହାତିଆ ମୁଖ୍ୟ ବାନା ଲଗାଯାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି । ଯେଉଁଠି ଆଣ୍ଟି ଡ୍ରୋନ୍ ସିଷ୍ଟମର କଥା କୁହାଯାଉଛି ସେଠାରେ ସାହାସ କରି ଡ୍ରୋନ୍ ଉଡ଼ାଯାଉଛି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!