Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏବିଭିପି ପକ୍ଷରୁ ଜିଲ୍ଲା ବୈଠକ

by ସଞ୍ଜୟ ସ୍ୱାଇଁ
June 1, 2025
in Nayagarh, State
ଏବିଭିପି ପକ୍ଷରୁ ଜିଲ୍ଲା ବୈଠକ
37
VIEWS
Share on FacebookShare on Twitter

ଆଗାମୀ ଏକ ମାସର କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ

ଭଦ୍ରକ, (ବାଘୁଆବାର୍ତ୍ତା): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ପକ୍ଷରୁ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦିନର ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ଉପରେ ବିସ୍ତାର ଯୋଜନା କରାଯାଇଛି। ଏହି ମାସ ପାଞ୍ଚ ରୁ ଆଠ ତାରିଖ ବାରିପଦାରେ ଅନୁଷ୍ଠିତ ପ୍ରାନ୍ତ ଅଭ୍ୟାସ ବର୍ଗ ନିମନ୍ତେ କୋଡ଼ିଏ ଜଣ ଅପେକ୍ଷିତ କାର୍ଯ୍ୟକର୍ତ୍ତା ସାମିଲ ହେବା, ବାର ତାରିଖ ଦିନ ସଂସ୍କୃତି ଭବନ ପରିସରରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜନ, ବାଇଶି ତାରିଖ ଦିନ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହେବ। କଲେଜ୍ ଆଡ଼ମିଶନ ସମୟରେ ହେଲ୍ପ ଡେସ୍କ ପକାଇ ବିଦ୍ୟାର୍ଥୀଙ୍କୁ ସହଯୋଗ କରାଯିବାର ଯୋଜନା କରାଯାଇଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଏବଂ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ ସ୍ତରରେ କରାଯିବ। ସେହି ପରି ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସେବା କାର୍ଯ୍ୟ ପାଇଁ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ ସ୍ଥିର କରାଯାଇଛି।

ଜିଲ୍ଲା ସହ ସଂଯୋଜକ ଆକାଶ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ବିଭାଗ ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଛାତ୍ରୀ ପ୍ରମୁଖ ମାଧୁରୀ ରାଉତ, ଜନ ସମ୍ପର୍କ ପ୍ରମୁଖ ଅରବିନ୍ଦ ଷଡ଼ଙ୍ଗୀ, ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ପ୍ରିୟଙ୍କା ଦାଶ, ପ୍ରାନ୍ତ ‘ଲ’ ଫୋରମ୍ ସଂଯୋଜକ ବଦ୍ରି ମୋହନ ରାଉତ, ସବିଷ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିଳାଷ ତ୍ରିପାଠୀ, ଜିଲ୍ଲା ଏସଏଫଡି ସଂଯୋଜକ ସତ୍ୟ ବ୍ରତ ପଣ୍ଡା, ଜନ ସଂପର୍କ ପ୍ରମୁଖ ଆୟୁଷ ପାଣିଗ୍ରାହୀ, ରାଜଶ୍ରୀ ନାୟକ, ଭଦ୍ରକ ନଗର ସଭାପତି ଡ. ବସନ୍ତ ଦୀକ୍ଷିତ, ଉପ ସଭାପତି ଯୁବ ଆଇନଜୀବୀ ବାପୁନ୍ ମହାପାତ୍ର ଏବଂ ଆଲୋକ ଦାସ, ସମ୍ପାଦକ ଓଁକାର ମହାନ୍ତି, ଧାମନଗର ନଗର ସମ୍ପାଦକ ହିଂମାଶୁ ମହାରଣା, ବାସୁଦେବପୁର ନଗର ସହ ସମ୍ପାଦିକା ପୂଜା ରାଣୀ ମଲ୍ଲିକ, ପୂର୍ବତନ ଜିଲ୍ଲା ସଂଯୋଜକ ଦୁର୍ଗା ଶଙ୍କର ଜେନା, ଶୁଭମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!