Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ସେନାଙ୍କ ବୀରତ୍ୱ ପାଇଁ ରଣପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

by ସଞ୍ଜୟ ସ୍ୱାଇଁ
June 1, 2025
in State
ଭାରତୀୟ ସେନାଙ୍କ ବୀରତ୍ୱ ପାଇଁ ରଣପୁରରେ ତ୍ରିରଙ୍ଗା ଶୋଭାଯାତ୍ରା
44
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ଅପରେସନ ‘ସିନ୍ଦୁର’ ର ସଫଳତା ପାଇଁ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ସେନାଙ୍କ ସମ୍ମାନରେ ରଣପୁରରେ ଆଜି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଶୋଭାଯାତ୍ରା ମାଧ୍ୟମରେ ଭାରତୀୟ ସେନାଙ୍କ ବୀରତା ଓ ସାହସକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା | ରଣପୁର ବସ ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ପଞ୍ଚୁଦୋଳ ପଡିଆ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା | ଏଥିରେ ଶହ ଶହ ଲୋକ ତ୍ରିରଙ୍ଗା ପତାକା ଧରି ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ଥିଲେ | ଏହି ଶୋଭା ଯାତ୍ରାରେ ୧୨୦ ମିଟର ଲମ୍ବର ଜାତୀୟ ପତାକା ନେଇ କଲେଜ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଅପରେସନ “ସିନ୍ଦୁର” ର ସଫଳତା ପ୍ରତି ସମ୍ମାନ ଜଣାଇଥିଲେ |

ଏହି ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ସମାଜସେବୀ ତାପସ ରଞ୍ଜନ ମାର୍ଥା, ସମାଜସେବୀ ପୂର୍ଣ୍ଣିମା ମହାପାତ୍ରଙ୍କ ସହିତ ବହୁ ବ୍ୟକ୍ତି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ଭାରତ ମାତା କି ଜୟ ନାରାରେ ସମଗ୍ର ରଣପୁର ପ୍ରକମ୍ପିତ ହୋଇଥିଲା |

ଏହି ଅପରେସନ ସିନ୍ଦୁର ରେ ଭାରତୀୟ ସେନାଙ୍କ ଦ୍ୱାରା ପାକିସ୍ତାନର ୯ଟି ଉଗ୍ରବାଦୀ କ୍ୟାମ୍ପ କୁ ଧୂଳିସାତ କରାଯାଇଛି | ଉଗ୍ରବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ମଧ୍ୟ ଉଚିତ ଜବାବ ଦିଆଯାଇଛି | ଭାରତୀୟ ସେନାର ସାହାସିକତା କୁ ପ୍ରଂଶସା ତଥା ସେମାନଙ୍କ ମନୋବଳ ବଢାଇବା ପାଇଁ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ରଣପୁର ରେ ପୁରୀ ସାଂସଦ ନିଜେ ଉପସ୍ଥିତ ରହି ଏହି ଶୋଭାଯାତ୍ରା କରିଥିଲେ |

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!