Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯ରୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
May 31, 2025
in State
୯ରୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ
61
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ଓଡ଼ିଶା ଅଣ ଗେଜେଟେଡ୍ ବନସେବା ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଜୁନ୍ ୯ରେ ରାଜ୍ୟର ସମସ୍ତ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ତେଣୁ ଆଗାମୀ ଆନ୍ଦୋଳନ କିଭଳି ସଫଳ ହେବ ସେଥିପାଇଁ ରବିବାର ବ୍ରହ୍ମପୁର ସର୍କଲର ୧୧ଟି ବନଖଣ୍ଡର ଶତାଧିକ କର୍ମଚାରୀ ଭଞ୍ଜନଗରରେ ଏକ ବୈଠକରେ ଏକାଠି ହେବେ। ବୈଠକରେ ଆଗାମୀ ରଣନୀତି ଉପରେ ଆଲୋଚନା ହେବ ବୋଲି ସର୍କଲ ସଭାପତି ଅନୁପ କୁମାର ବିଷୋୟୀ ସୂଚନା ଦେଇଛନ୍ତି। ଏଥିସହ ଗତ ଶୁକ୍ରବାର ସର୍କଲ ପକ୍ଷରୁ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ସର୍କଲ ସଭାପତି ଅନୁପ କୁମାର ବିଷୋୟୀ, ବରିଷ୍ଠ କର୍ମକର୍ତ୍ତା ଶରତ କୁମାର ମହାନ୍ତି, ସର୍କଲ ସମ୍ପାଦକ ଅମରେଶ କୁମାର ପଣ୍ଡା, ସହ ସମ୍ପାଦକ ପୁଷ୍ପାଞ୍ଜଳି ଜେନା, ଭଞ୍ଜନଗର ବନଖଣ୍ଡ ସଭାପତି ସନ୍ତୋଷ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀ, ଜିତେନ୍ଦ୍ର କୁମାର ସେଠୀ, ଅଭିମନ୍ୟୁ ମଳିକ, ସୁଶୀଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଢେଙ୍କାନାଳ ବନଖଣ୍ଡରେ କାର୍ଯ୍ୟରତ ଥିବା ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଦୋଷୀ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏଥିସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ସହାୟତା ଦେବାକୁ ଦାବି କରାଯାଇଥିଲା। ବନ ବିଭାଗର ବିଭିନ୍ନ ଅବ୍ୟବସ୍ଥା ପ୍ରତିକାର ନିମନ୍ତେ ଫରେଷ୍ଟ କମିଶନ ଗଠନ କରିବାକୁ ଦାବି ହୋଇଥିଲା। ପୋଲିସ ଭଳି ବନ କର୍ମଚାରୀଙ୍କୁ ଦରମା ଏବଂ ବୀମା ସୁବିଧା ପ୍ରଦାନ କରିବାକୁ ଦାବି ହୋଇଥିଲା। ଏନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସଂଘର କର୍ମକର୍ତ୍ତାମାନେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ସଂଘର ଦାବିକୁ ୮ ତାରିଖ ସୁଦ୍ଧା ପୂରଣ କରନ୍ତୁ। ନଚେତ୍ ସଂଘର କର୍ମକର୍ତ୍ତାମାନେ ୯ରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ। ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ କରିବେ। ଏହି ସମୟରେ ବିପଦପୂର୍ଣ୍ଣ କାର୍ଯ୍ୟ କରିବେ ନାହିଁ। ୨୧ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୨ ତାରିଖରୁ କର୍ମଚାରୀମାନେ ସମୂହ ଛୁଟିରେ ଯାଇ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!