Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷୀଙ୍କୁ ମିଳିବ ଅନନ୍ୟ ପରିଚୟପତ୍ର

by ସଞ୍ଜୟ ସ୍ୱାଇଁ
May 31, 2025
in State
ଚାଷୀଙ୍କୁ ମିଳିବ ଅନନ୍ୟ ପରିଚୟପତ୍ର
81
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଣିକି ଚାଷୀଙ୍କୁ ମିଳିବ ଅନନ୍ୟ ଚାଷୀ ପରିଚୟପତ୍ର ବା ୟୁନିକ୍ ଫାର୍ମର୍ ଆଇଡି । ଏହି ପରିଚୟପତ୍ରରେ ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ସହ ରହିବ ଚାଷୀର ଜମିର ମାଲିକାନା ସମେତ ବିସ୍ତୃତ ବିବରଣୀ । ଏହି ପରିଚୟପତ୍ର ଥିବା ଚାଷୀଙ୍କୁ ସହଜରେ ପିଏମ୍ କିଷାନ ସହାୟତା ମିଳିପାରିବ । ହେଲେ ସେଥିପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ସେହିପରି ଆଗାମୀ ଦିନରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ସର୍ବନିମ୍ନ ସହାୟତା ରାଶି(ଏମଏସପି) ପାଇବାକୁ ଏହି ପରିଚୟପତ୍ର ଦ୍ୱାରା ମିଳିବ ଯୋଗ୍ୟତା । ପରିଚୟପତ୍ର ନଥିଲେ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀ ଅସୁବିଧାରେ ପଡ଼ିବେ । କିଷାନ କ୍ରେଡିଟ୍ କାର୍ଡ ଋଣ ମିଳିବାକୁ ସହଜ ହେବ । ଏହା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ ୭ ଯୋଜନାର ଚାଷୀମାନେ ଲାଭ ନେଇପାରିବେ । ତେବେ କୃଷକ ପଞ୍ଜୀକରଣ ଡିଜିଟାଲ ସିଷ୍ଟମକୁ ଉଭୟ ଓଡ଼ିଶା ଏବଂ ଭାରତ ସରକାରଙ୍କ ମିଳିତ ଭାବେ ବିକାଶ କରିଛନ୍ତି । ଏହା ଦ୍ୱାରା ଚାଷୀ ନିଜ ଅଞ୍ଚଳର କୃଷି ଆଧାରିତ ପରାମର୍ଶ, ଇନପୁଟ୍ ଏବଂ ସତର୍କ ବାର୍ତ୍ତା ପାଇପାରିବ । ଫସଲ ସର୍ଭେ, ଅଭିଯୋଗ ସମାଧାନ ଏବଂ ଯୋଜନା ଯୋଗ୍ୟତା ବ୍ୟବସ୍ଥାରେ ଭାଗ ନେଇପାରିବ । ଚାଷୀମାନେ ଚାଷୀ ପଞ୍ଜୀକରଣ ପୋର୍ଟାଲ୍ କିମ୍ୱା ମୋବାଇଲ୍ ଆପ୍ରେ ପଞ୍ଜୀକରଣ କରିପାରିବେ । ନଚେତ୍ ଜନ ସେବା କେନ୍ଦ୍ର ଯାଇ ପଞ୍ଜୀକରଣ କରିପାରିବେ । ରାଜ୍ୟ କୃଷି ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ଶିବିର ମଧ୍ୟ ଅନୁଷ୍ଠିତ ହେବ । ସେଠାରେ ସହାୟକମାନେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ସାହାଯ୍ୟ କରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!