Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
May 31, 2025
in State
କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ
10
VIEWS
Share on FacebookShare on Twitter

“ଜନସାଧାରଣଙ୍କୁ ଆହ୍ବାନ: ଆସନୁ ମିଳିମିଶି ତମାଖୁ ମୁକ୍ତ ଭାରତ ଗଠନ କରିବା”

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସ୍ଥାନୀୟ ବ୍ରହ୍ମା ନଗର ୧ମ ସରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନିକଟରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା , ବିଇ ଏମ୍ ସି ର ପୂର୍ବତନ ମେୟର ଶିବ ଶଙ୍କର ଦାସ, ଏମ.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲର ଟିବି ଓ ଚେଷ୍ଟ ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରୀୟଜୀତ ଜେନା, ଦାନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବୀରେନ ପଲେଇ, ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ,ସାମନ୍ତରାୟ ଏକାଡେମି ର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ, ୱାନ ଷ୍ଟେପ ସେଣ୍ଟର ର ନିର୍ଦେଶିକା ମହେଶ୍ୱେତା ପାଢି ଓ ସମାଜସେବୀ ବନମାଳୀ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତମାଖୁ ସେବନର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ,ଯୁବସମାଜ ଓ ଜନସାଧାରଣଙ୍କୁ ବୁଝାଇଥିଲେ।

ଏଠାରେ ଉପସ୍ଥିତ ଥିବା ସମସ୍ତେ ମାନବ ଶୃଙ୍ଖଳ ମାଧ୍ୟମ ରେ ତମାଖୁ ମୁକ୍ତ ଭାରତ ଗଠନ ପାଇଁ ବଜ୍ର ଶପଥ ନେଇଥିଲେ।କ୍ରାନ୍ତି ର ଡଃ ଦାଶ ସେ ଜଣେ ମୁଖ କର୍କଟ ରୋଗୀ ହୋଇ ଥିବା ଯୋଗୁଁ ସେ ତାଙ୍କର କଷ୍ଟ ଓ ଯନ୍ତ୍ରଣା ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରି କିପରି ତମାଖୁ ମୁକ୍ତ ଭାରତ ହୋଇ ପାରିବ ହାତଯୋଡି ନିବେଦନ କରିଥିଲେ।ପରେ ପରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନିକଟରୁ ଏକ ସଚେତନତା ପଦଯାତ୍ରା ବାହାର କରାଯାଇ ଜନସାଧାରଣ ଙ୍କୁ ସଚେତନ କରା ଯାଇଥିଲା।

ଏହି ପଦଯାତ୍ରାରେ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ସାମନ୍ତରାୟ ଏକାଡେମି,କେ. ସି.ପବ୍ଲିକ ସ୍କୁଲ୍, କନିସୀ ସ୍ଥିତ ସିଦ୍ଧ ଭୈରବୀ ହାୟର ସେକେଣ୍ଡାରୀ ସ୍କୁଲ୍, ଆଇ ଏସ ଆର ଡି ଅନୁଷ୍ଠାନ, ଶକ୍ତି ସଦନର କର୍ମକର୍ତ୍ତା ସହ ଗଣମାଧ୍ୟମ ବ୍ୟକ୍ତି ବିଶେଷ ସହ ଆରକ୍ଷୀ ବାହିନୀ ସମେତ ଏହି ପଦଯାତ୍ରାରେ ଭାଗନେଇ ଲୋକ ମାନଙ୍କୁ ପ୍ରଚାର ପତ୍ର ପ୍ରଦାନ ମାଧ୍ଯମରେ ସଚେତନତା କରାଯାଇଥିଲା ।ଏହି ପରିରରେ କ୍ରାନ୍ତି ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଚର୍ଚ୍ଚିକା ଦାଶ, ସିଗ୍ନାଧା ମହାରଣା,ଅନିଲ କୁମାର ସେଠୀ, ଶ୍ରୀମନ୍ତ ପଟ୍ଟନାୟକ,ପରମାନନ୍ଦ ପଣ୍ଡା, ଚିନ୍ନୟାନନ୍ଦ ଦାଶ, ମାନସ ରଥ,ଅରୁଣ ପଟ୍ଟନାୟକ,ପୂର୍ଣ୍ଣଚନ୍ଦ୍ର ସାହୁ ଓ ଆଇ ଏସ ଆର ଡି ର ପ୍ରଭାତ କୁମାର ପାଢ଼ୀ,ଗୋପାଳ କୃଷ୍ଣ ଦଳବେହେରା, ଶକ୍ତି ସଦନର ଶୟନି ମଲ୍ଲିକ ଓ ବଳରାମ ମଲ୍ଲିକ ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ୱାନ ଷ୍ଟେପ୍ ସେଣ୍ଟର୍ ସମସ୍ତ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!