ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ଏଣିକି ମାସ୍କ ନପିନ୍ଧିଲେ ବିମାନରୁ ବିଦା ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଓ ମାସ୍କ ନାକ ତଳକୁ ନଖସାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିସିଏ । ଯେମିତି କି ମାସ୍କ ନପିନ୍ଧି ବିମାନବନ୍ଦରକୁ ନଯିବେ ସେଥିପ୍ରତି ଦୃଷ୍ଟି ରଖିବା ପାଇଁ ସିଆଇଏସଏଫ କୁ ନିର୍ଦ୍ଦେଶ ଦିଆଯାଇଛି । ବିମାନରେ ଯାତ୍ରୀ ମାସ୍କ ପିନ୍ଧିନଥିଲେ ତାଙ୍କୁ ଓହ୍ଲାଇ ଦିଆଯିବ ବୋଲି ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ତାଗିତ୍ ସତ୍ୱେ ଯେଉଁମାନେ ମାସ୍କ ନପିନ୍ଧିଲେ ତାଙ୍କୁ ‘ଅମାନିଆ’ ଆଖ୍ୟା ଦିଆଯାଇ ବିମାନରୁ ଓହ୍ଲାଇ ଦିଆଯିବ ବୋଲି ଜଣାପଡିଛି ।






