Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋହିବାଙ୍କ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

by ସଞ୍ଜୟ ସ୍ୱାଇଁ
May 31, 2025
in Education, State
ରୋହିବାଙ୍କ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ
44
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବୈଦେଶିକ ପରମ୍ପରାରୁ ବିଭିର୍ଣ୍ଣ ଚଳଚ୍ଚିତ୍ର ଓ ତତ ପରେ ସାଧାରଣ ନାଗରିକ ପାଖକୁ ମାଡି ଆସିଥିବା ଅଭ୍ୟାସଗତ କାର୍ଯ୍ୟ ହେଉଛି ତମାଖୁ। ଯାହାକି ଶରୀରପାଇଁ ଉପକାରୀ ବଦଳରେ କ୍ଷତି କରିବା, ପାରିବାରରୁ ସ୍ୱାମୀ ସ୍ତ୍ରୀ କୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପାରିବାରର ଆର୍ଥିକ ମାନଦଣ୍ଡ କୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି ତମାଖୁ। ତଥାପି ମଣିଷ ନିଜ ଜୀବନକୁ ଛାଡି ଯମପୁରକୁ ଯାଉଛି ସିନା ଏହାକୁ ଛାଡିପାରୁନି। ଆଜି ଥିଲା ବିଶ୍ୱ ତମାଖୁ ବର୍ଜନ ଦିବସ।

ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ସନ୍ତୋଷ କୁମାର ସାହୁ ତତ୍ୱାବଧାନରେ ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନଷ୍ଟ୍ରୋକ, ଫୁସ ଫୁସ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନ ର ପରିମାଣ ବୃଦ୍ଧି ଓ ତାହାର ସଂକ୍ରମିତ ଯୋଗୁଁ ବର୍ତ୍ତମାନ ଦିନକୁ ଦିନ କ୍ୟାନ୍ସର ରୋଗ ସୃଷ୍ଟି ସମ୍ବନ୍ଧିତ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା।

ଖାଲି ସେତିକି ନୁହେଁ ବର୍ତ୍ତମାନ ସଙ୍ଗଦୋଷ କାରଣରୁ ଅଧିକରୁ ଅଧିକ କମ ବୟସ ଯୁବ ଗୋଷ୍ଠୀକୁ ଏ ତମାଖୁ କବଳିତ କରିଥିବା ଆଲୋଚନା ହୋଇଥିଲା। ଯାହାଫଳରେ ତମାଖୁ ସେବନର ପ୍ରତିକ୍ରିୟା ସ୍ୱରୂପ ଯୁବ ପିଢ଼ି ଅଳ୍ପାୟୁ ମୃତ୍ୟୁ, ପରିବାର ମଧ୍ୟରେ ଦମ୍ପତି ବିଛେଦ, ଆର୍ଥିକ ଅଭାବ, ଅସାମାଜିକ କାର୍ଯ୍ୟ ଭଳି ନାନା ପ୍ରକାର ଘଟଣା ଘଟୁଛି। ତେଣୁ ଏସବୁ ଠାରୁ ନିବୃତ ରଖିବା ପାଇଁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ କୋମଳ ମତି ପିଲାଙ୍କ ମନରେ ଶପଥ ପାଠ କରାଇ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା। ଗ୍ରାମ ପରିକ୍ରମା ସାଙ୍ଗକୁ ପିଲାମାନେ ଅଙ୍କି ଆଣିଥିବା ଚିତ୍ର ଗୁଡିକୁ ପ୍ରଦର୍ଶନ କରାଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଆଲୋକ ନାୟକ ପରିଚାଳନା କରିଥିବାବେଳେ, ଶିକ୍ଷକ ରାଧାଗୋବିନ୍ଦ ନାୟକ, ସୂର୍ଯ୍ୟମଣୀ ନାୟକ, ଖଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ସମେତ ସହଯୋଗ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!