Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କମ୍ବିଂ ଅପରେସନ, ଯବାନ ଗୁରୁତର

by ସଞ୍ଜୟ ସ୍ୱାଇଁ
May 31, 2025
in State
କମ୍ବିଂ ଅପରେସନ, ଯବାନ ଗୁରୁତର
34
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜରେଇକେଲା ନିକଟରେ ପୋଲିସ ଓ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ ସମୟରେ ବିସ୍ଫୋରଣ। ଏଥିରେ ଜଣେ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। ଗତ ରାତିରେ ଆହତ ସିଆରପିଏଫ ଯବାନଙ୍କୁ ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ସେପଟେ ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟ କରିନେଇଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନକୁ ଆଜି ବି ଜୋରଦାର କରାଯାଇଛି। ଓଡିଶା ଓ ଝାଡଖଣ୍ଡ ପୋଲିସ ସହ SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ SIT ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ବିସ୍ପୋରକ ସାମଗ୍ରୀ ଯାଇଥିବା ଗୋଦାମ ମାଲିକ, ଗୋଦାମ କର୍ମଚାରୀ, ପଥର ଖଣି କର୍ମଚାରୀ ଙ୍କୁ ଗତକାଲି ପୋଲିସ ପକ୍ଷରୁ ପଚରାଉଚରା କରାଯିବା ପରେ ଛାଡି ଦିଆଯାଇଥିଲା। ଆଜି ପୋଲିସ ପକ୍ଷରୁ ପୁଣିଥରେ ପଚରାଉଚରା ଆରମ୍ଭ କରିଛି। କିଛି ଗୋଦାମ କର୍ମଚାରୀ ଓ ଖଣି କର୍ମଚାରୀ ରାଜ୍ୟ ବାହାରର ହୋଇଥିବାରୁ ସେମାନଙ୍କ ମାଓବାଦୀଙ୍କ ସହ ଲିଙ୍କ ଅଛିକି ନାହିଁ ସେ ନେଇ ପଚରାଉଚରା କରାଯାଉଛି। ପଥର ଖଣିକୁ ୫ ହଜାର କେଜି ବିସ୍ପୋରକ ସାମଗ୍ରୀ ମିନି ଟ୍ରକରେ କଣ ପାଇଁ ଚାଲାଣ କରାଯାଇଥିଲା। ଖଣିରେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀର କଣ ଆବଶ୍ୟକତା ଥିଲା।ପୋଲିସ ଅନୁମତି ଓ ସୁରକ୍ଷା ବଳୟରେ କାହିଁକି ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଇ ନଥିଲା, ସେନେଇ ତଦନ୍ତ କରାଯାଉଛି। ଏହାସହ NIA ଡ଼ିଆଇଜିଙ୍କ ନେତୃତ୍ବରେ ଏସପି ଓ ଆଡିସନାଲ ଏସପି ମଧ୍ୟ ଘଟଣାର ଅନୁସଂଧାନ ଜାରି ରଖିଛନ୍ତି।ଗତକାଲି ଡଗ ସ୍କ୍ଵାଡ୍ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!