Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶପଥ ନେବେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

by ସଞ୍ଜୟ ସ୍ୱାଇଁ
May 30, 2025
in NATIONAL NEWS
ଶପଥ ନେବେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି
30
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଜି ଶପଥ ନେବେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । ସେମାନେ ହେଲେ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆ, ଜଷ୍ଟିସ ବିଜୟ ବିଷ୍ଣୋଇ ଏବଂ ଜଷ୍ଟିସ୍ ଏ.ଏସ୍. ଚନ୍ଦୁରକର । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ଆଜି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗୁରୁବାର ମଞ୍ଜୁର କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏନେଇ ‘ଏକ୍ସ’ରେ ପୋଷ୍ଟ କରିଥିଲେ । ଏହାଦ୍ବାରା ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ପୂର୍ଣ୍ଣ ସଦସ୍ୟ ୩୪ ଜଣ ହୋଇଛନ୍ତି । ଜଷ୍ଟିସ ଅଞ୍ଜାରିଆ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୧ ସମିହା ନଭେମ୍ବର ୧୧ ତାରିଖରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ୨୦୧୩ ସେପ୍ଟେମ୍ବର ମାସରେ ସେ ଗୁଜରାଟ ହାଇକୋର୍ଟର ପୂର୍ଣ୍ଣକାଳୀନ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ୨୦୨୪ ମସିହା ଫେବ୍ରୁଆରି ମାସ ୨୫ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଥିଲେ । ଜଷ୍ଟିସ ବିଷ୍ଣୋଇ ୧୯୮୯ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୩ ମସିହାରେ ରାଜସ୍ଥାନ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ । ଏହାପରେ ୨୦୧୫ରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ଜଷ୍ଟିସ ଏ.ଏସ୍. ଚନ୍ଦୁରକର ମଧ୍ୟ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୩ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!