Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ଆସନ୍ତାକାଲି ମକଡ୍ରିଲ

by ସଞ୍ଜୟ ସ୍ୱାଇଁ
May 30, 2025
in NATIONAL NEWS
ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ଆସନ୍ତାକାଲି ମକଡ୍ରିଲ
120
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ କି ଭାରତ ? ମେ’ ୬ ତାରିଖରେ ମକଡ୍ରିଲ ହେବ ବୋଲି ଘୋଷଣା ପରେ ସେହିଦିନ ରାତିରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ସେନା । ପୁଣି ଥରେ ସୀମାନ୍ତ ରାଜ୍ୟରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ମକଡ୍ରିଲ୍ ଅପରେସନ ସିଲ୍ଡ । ପାକିସ୍ତାନ ସହ ବିବାଦକୁ ଦୃଷ୍ଟିରେ ରଖି ଦେଶର ୪ ସୀମାନ୍ତ ରାଜ୍ୟରେ ପୁଣି ମକଡ୍ରିଲ କରାଯିବ। ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କଶ୍ମୀରରେ ମକଡ୍ରିଲ ହେବ । ଯୁଦ୍ଧ ସମୟରେ ଏୟାର ଷ୍ଟ୍ରାଇକରୁ ବର୍ତ୍ତିବାକୁ ନେଇ ମକଡ୍ରିଲ ଆୟୋଜନ କରାଯିବ । ଭାରତ-ପାକିସ୍ତାନ ଲଢ଼େଇ ବେଳେ ଡ୍ରୋନ ଓ ମିସାଇଲ ଆକ୍ରମଣରେ ଶିକାର ହୋଇଥିବା ରାଜ୍ୟଗୁଡ଼ିକରେ ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ । ଅପରେସନ ସିନ୍ଦୂରର କିଛି ଘଣ୍ଟା ପୂର୍ବରୁ ମେ’ ୭ ତାରିଖରେ ସମଗ୍ର ଦେଶରେ ଅପରେସନ ଅଭ୍ୟାସ ନାଁରେ ମକଡ୍ରିଲ ଆୟୋଜନ ହୋଇଥିଲା । ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ସୀମାନ୍ତ ଅଞ୍ଚଳକୁ ଲାଗିରହିଥିବା ପଞ୍ଜାବର ସମସ୍ତ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!