Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

by ସଞ୍ଜୟ ସ୍ୱାଇଁ
May 30, 2025
in Nayagarh, State
ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
80
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ୍ ବାଣୀଗୋଛା ସେକ୍ଟର ଅନ୍ତର୍ଗତ ନରାଜିପଡା ସବ୍ – ସେଣ୍ଟର ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀ ସୁରେଶନ ସାହୁ ଚଳିତ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ଶ୍ରୀ ସାହୁଙ୍କୁ ଆଜି ବାଣୀଗୋଛା ସେକ୍ଟର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଡ କାଳୀପ୍ରସାଦ ଷଡ଼ଙ୍ଗୀ, ଫାର୍ମାସିଷ୍ଟ କଂ ସମେତ ,ବାଣୀଗୋଛା ସେକ୍ଟର ର ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ( ଏ ଏନ ଏମ୍ ) ,ପୁରୁଷ ସ୍ବାସ୍ଥ୍ୟକର୍ମୀ, ସୁପରଭାଇ, ଆଶାସାଥୀ, ଆଶାକର୍ମୀ ଓ ଡାକ୍ତରଖାନା କର୍ମଚାରୀ ପ୍ରଭୃତି ଯୋଗଦେଇ ଶ୍ରୀ ସାହୁଙ୍କୁ ଉପାୟନ, ଉପଢୌକନ ପ୍ରଦାନ କରି ଅଶୃଳ ନୟନରେ ବିଦାୟ ଦେଇଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଟନ୍ତି । ସେ ୧୯୮୪ ମସିହାରେ ସେନାରେ ଯୋଗଦେଇ ନିଜର ବିରତ୍ବ ଓ କର୍ତ୍ତବ୍ୟ ନିଷ୍ଠା ପ୍ରତିପାଦନ କରି ୨୦୦୨ ମସିହାରେ ସେନାରୁ ଅବସର ଗ୍ରହଣ କରିବାପରେ ନିଜର ସେବା ମନୋଭାବ କୁ ବଜାଇ ରଖିବା ପାଇଁ ୨୦୦୬ ମସିହାରେ ସ୍ବାସ୍ଥ୍ୟ ବିଭାଗରେ ଯୋଗ ଦେଇଥିଲେ । ସେ ଜଣେ ଆଦର୍ଶ , କର୍ତ୍ତବ୍ୟନିଷ୍ଠ ,ନିତିବାନ,ନିରଳସ ,ସହୃଦୟ ଓ ଅତ୍ୟନ୍ତ ଦେଶଭକ୍ତ ବ୍ୟକ୍ତି ହିସାବରେ ଜଣାଶୁଣା ଥିଲେ । ସେ ଚାକିରିକାଳ ମଧ୍ୟରେ ନିଜର କର୍ତ୍ତବ୍ୟ ରେ କେବେ ଅବହେଳା କରୁ ନ ଥିବାବେଳେ,ଅବହେଳା କରୁଥିବା ବ୍ୟକ୍ତିଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ଉତ୍ସାହିତ କରୁଥିଲେ । ଏ ଭଳି ଜଣେ ବ୍ୟକ୍ତି ସ୍ବାସ୍ଥ୍ୟ ବିଭାଗରୁ ଅବସର ନେବା ସମୟରେ ଉପସ୍ଥିତ ବିଭାଗୀୟ ସହକର୍ମୀ ଓ ସାଧାରଣ ଜନତାକଂ ଆଖି ଲୁହ ଛଳଛଳ ହୋଇ ଯାଇଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!