Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେସିନ୍ ଅପରେଟର ଜିତିଲେ ୫ କୋଟି

by ସଞ୍ଜୟ ସ୍ୱାଇଁ
May 30, 2025
in State
ମେସିନ୍ ଅପରେଟର ଜିତିଲେ ୫ କୋଟି
218
VIEWS
Share on FacebookShare on Twitter

ମଞ୍ଚେଶ୍ୱର, (ବାଘୁଆବାର୍ତ୍ତା): ରାତି ଅନିଦ୍ରା ହୋଇ ଖଟୁଥିଲେ । ଖବର କାଗଜ ସଂସ୍ଥାରେ ଝାଳ ନିଗାଡ଼ି ମେସିନ୍ ଅପରେଟର ଭାବେ କାମ କରୁଥିଲେ । ଯାହା ଦରମା ଗଣ୍ଡାଏ ପାଉଥିଲେ ସେଥିରେ ଘର ଚଳୁଥିଲା । ହେଲେ ଡ୍ରିମ୍ ୧୧ ତାଙ୍କୁ କରିଦେଲା ମାଲେମାଲ । କ୍ରିକେଟ୍ ଖେଳରେ ଟଙ୍କା ଲଗାଇ ରାତାରାତି ହୋଇଗଲେ କୋଟିପତି । କୋଟିଏ କି ଦୁଇ କୋଟି ନୁହେଁ ଜିତିଲେ ୫ କୋଟି ଟଙ୍କା । ସେ ହେଉଛନ୍ତି ଅଭିମନ୍ୟୁ ପଣ୍ଡା(୩୬) । ଘର ଯାଜପୁର ଜିଲ୍ଲା ଚିକଣା ଗ୍ରାମରେ ହୋଇଥିବା ବେଳେ ସେ ଭିଏସଏସ ନଗର ମହାବୀର ବିଜୁ ଆଦର୍ଶ କଲୋନୀରେ ରହୁଛନ୍ତି । ଚାଲିଛି ଆଇପିଏଲ୍ ମହାସମର । କୋଟିପତି ହେବା ନିଶାରେ ଏବେ ଯୁବପିଢି । କିଏ ଟଙ୍କା ଲଗାଇ ସର୍ବସ୍ୱ ହରାଉଛି ତ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି । ଅଭିମନ୍ୟୁ ଜଣେ କ୍ରିକେଟ ପ୍ରେମୀ । ଚଳିତଥର ଆଇପିଏଲ୍ରେ ସେ ୪୯ ଟଙ୍କା ହିସାବରେ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଟଙ୍କା ବିନିଯୋଗ କରି ଟିମ୍ ଜରିଆରେ ଖେଳୁଥିଲେ । ମେ ୨୭ ରାତିରେ ଡ୍ରିମ୍ ୧୧ରେ ଅଭିମନ୍ୟୁ ସମୁଦାୟ ୭ଟି ଟିମ୍ କରି ଖେଳିଥିଲେ । ୬ ନମ୍ବର ଟିମ୍ରେ ସେ ୫ କୋଟି ୧୯୬ ଟଙ୍କା ଜିତିଥିବା ଜାଣିବାକୁ ପାଇଥିଲେ । ପ୍ରଥମେ ସେ ନିଜକୁ ବିଶ୍ୱାସ କରିପାରିନଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ତାଙ୍କ ୱାଲେଟ୍କୁ ୭୦ ଲକ୍ଷ ଟଙ୍କା ଆସିବା ପରେ ଖୁସିରେ ପାଦ ତଳେ ଲାଗିନଥିଲା । ପରିବାର ବର୍ଗଙ୍କ ସହ ସାଙ୍ଗ ଓ ପଡ଼ୋଶୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମୁଦାୟ ଅର୍ଥର ୩୦% ଆୟକର ଦେବା ପରେ ବକେୟା ଅର୍ଥରେ ପ୍ରଥମେ ନିଜ ପାଇଁ ଏକ ଘର କିଣିବେ । ଆଉ ବଳକା ଟଙ୍କାରେ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରିବେ ବୋଲି ଅଭିମନ୍ୟୁ କହିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!