Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋରିଗୁମ୍ମା ପୀଡ଼ିତାଙ୍କୁ ଭେଟିଲା ବିଜେଡି ଟିମ୍

by ସଞ୍ଜୟ ସ୍ୱାଇଁ
May 29, 2025
in State
ବୋରିଗୁମ୍ମା ପୀଡ଼ିତାଙ୍କୁ ଭେଟିଲା ବିଜେଡି ଟିମ୍
26
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ନାବାଳିକା ଗର୍ଭବତୀ ହେବା ଘଟଣା। ପୀଡ଼ିତାଙ୍କୁ ଭେଟିଲା ବିଜେଡି ଟିମ୍। ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍ ଗୁରୁବାର ନାବାଳିକାଙ୍କୁ ଭେଟି ପରିବାର ସହ ଆଲୋଚନା କରିଛନ୍ତି। ଏହି ଟିମ୍ରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଳକା, ପୌର ଉପାଧ୍ୟକ୍ଷା ବି. ସୁନୀତା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଝିନ ହିକକା, କେସିସି ବ୍ୟାଙ୍କ ସଭାପତି ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପୀଡ଼ିତାଙ୍କୁ ଭେଟିବା ପରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି। ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି। ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେଡି ଚୁପ୍ ବସିବନି। ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର୍ ହେବ। ସୂଚନାଯୋଗ୍ୟ ଯେ, ବୋରିଗୁମ୍ମା ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହେବାପରେ ତାଙ୍କ ମା ବିଧାୟକ ପ୍ରତିନିଧି ରାମକୃଷ୍ଣ ଭତ୍ରାଙ୍କ ପୁଅ ରାଜେନ୍ଦ୍ର ଭତ୍ରା ନାମରେ ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ।ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତ ଅଧିନ ସାଉନିଗୁଡା ଗ୍ରାମର ବିଧାୟକ ପ୍ରତିନିଧିଙ୍କ ପୁଅ ରାଜେନ୍ଦ୍ର ଗୋଟିଏ ବାହାଘର ଭୋଜିରେ ନାବାଳିକା ସହ ଦେଖା ହୋଇଥିଲା। ପରେ ନାବାଳିକାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତା ସହ ଦୁଇ ବର୍ଷ ହେବ ଶାରୀରିକ ସମ୍ପର୍କ ରଖି ଆସିଥିଲା। ନାବାଳିକାର ଅନିଚ୍ଛା ସତ୍ତ୍ୱେ ବାହା ହେବି ବୋଲି କହି ବାରମ୍ବାର ଦୁଷ୍କର୍ମ କରୁଥିଲା। ବର୍ତ୍ତମାନ ନାବାଳିକା ୬ ମାସର ଗର୍ଭବତୀ ହେବା ପରେ ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ମାଆ ଅଭିଯୋଗ କରିଛନ୍ତି।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!