ନୟାଗଡ଼଼,(ବାଘୁଆବାର୍ତ୍ତା); ରଣପୁର ଏନଏସି ଅନ୍ତର୍ଗତ ନୂଆଗାଁର ତ୍ରିନାଥ ନାୟକଙ୍କ ବାରିପଟ ଘରୁ ଦୁଇଟି ବିରାଟକାୟ ନାଗୁ ନାଗୁଣୀ ଉଦ୍ଧାର କରାଯାଇଥିବା ଜଣାପଡିଛି । ନାଗ ନାଗୁଣୀ ଲମ୍ବ ପ୍ରାୟ ୮ଫୁଟ୍ ହେବ । ସିନ୍ଦୁରିଆ ଗ୍ରାମର ପ୍ରଦୀପ ପରୀଡା ଏହି ନାଗ ନାଗୁଣୀକୁ ଉଦ୍ଧାର କରିଥିବା ବେଳେ ଉଦ୍ଧାର ଦୁଇ ନାଗ ନାଗୁଣୀ ସାପକୁ ରଣପୁର ରେଞ୍ଜରଙ୍କୁ ଅବଗତ କରାଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।





