Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ

by ସଞ୍ଜୟ ସ୍ୱାଇଁ
May 29, 2025
in State
ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ
45
VIEWS
Share on FacebookShare on Twitter

ପାରାଦ୍ଵୀପ, (ବାଘୁଆବାର୍ତ୍ତା): ଅପରାଧୀଙ୍କ ଜନ୍ମଦିନରେ ଥାନା ପରିସରରେ କେକ୍ କାଟୁଛନ୍ତି ଥାନାଧିକାରୀ। ଯାହା ବିରୋଧରେ ଅପହରଣ, ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଛି ତାର ଜନ୍ମଦିନରେ ଥାନାଧିକାରୀ କେକ୍ କାଟୁଛନ୍ତି। ପାରାଦୀପ ଆଦର୍ଶ ଥାନାର ଏ ଦୃଶ୍ୟ। କେକ କାଟି ଅଭିୁଯୁକ୍ତକୁ ଖୁଆଇ ଦେଉଛନ୍ତି ଥାନାଧିକାରୀ କାବୁଲି ବାରିକ । ପୋଲିସ ଷ୍ଟେସନରେ ଅଭିଯୁକ୍ତ ଗୌତମ ମିଶ୍ରଙ୍କ ଜନ୍ମଦିନ ପାଳନ ଚାଲିଛି। ଗୌତମ ମିଶ୍ରଙ୍କ ନାମରେ ମରଣାନ୍ତକ ଆକ୍ରମଣ ଓ ଅପହରଣ ଭଳି ୫ରୁ ଅଧିକ ଏତଲା ରୁଜୁ ହୋଇଛି। ପାରାଦ୍ଵୀପ ଆଦର୍ଶ ଥାନା, ପିପିଏଲ ଫାଣ୍ଡି ସମେତ ଅନ୍ୟ ଥାନାରେ ଏହି ସବୁ ମାମଲା ହୋଇଛି। ଗତ ଏପ୍ରିଲ ୨୯ରେ ପାରାଦ୍ଵୀପ ମାଉସୀମା ଛକରୁ ମାରଣାସ୍ତ୍ର ଦେଖାଇ ଗୈାତମ ଅଧିକାରୀଙ୍କୁ ଅପହରଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ ଗୌତମ ମିଶ୍ର। କାରଣ ଥିଲା ତାଙ୍କ ମାମୁଁ ପ୍ରକାଶ ତ୍ରିପାଠୀଙ୍କ ପୂର୍ବ ଉପକୂଳ ଶ୍ରମିକ ସଙ୍ଘରେ ଗୌତମ ଅଧିକାରୀ ସାମିଲ ନହେବା। ଏହାକୁ ନେଇ ଗୈାତମ ଅଧିକାରୀଙ୍କ ସାଥି ରାମଚନ୍ଦ୍ର ପରିଡା ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଅପହରଣର ଶିକାର ଯୁବକ ଭୟରେ ଲୁଚି ଭୁବନେଶ୍ୱର ପଳାଇ ଆସିଥିଲେ। ଦୁଇଦିନ ଭୁବନେଶ୍ୱରରେ ଥିବାବେଳେ ତାଙ୍କୁ ପାରାଦ୍ଵୀପ ପୋଲିସ ଉଠାଇ ଆଣି ଗୋଟିଏ ଦିନ ଥାନାରେ ବସାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲା। ସେହିପରି ତୈଳ ଟର୍ମିନାଲରେ ତେଲ ପରିବହନ କରୁଥିବା ଜଣେ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ଆକ୍ରମଣର ଶିକାର ଯୁବକଙ୍କ ନାମରେ ପୁର୍ବରୁ ଏତଲା ଦିଆଯାଇଥିବା ଦର୍ଶାଇ ମାମଲା ରଫାଦଫା କରିବାକୁ ଉଦ୍ୟମ କରିଥିଲା ପୋଲିସ। ସମ୍ପୃକ୍ତ ଯୁବକଙ୍କ ବାପାଙ୍କ ଦସ୍ତଖତ ସାଧା କାଗଜରେ ନେଇଯାଇଥିଲା ପୋଲିସ। ଏବେ ଏହି ସବୁ ମାମଲାର ଅଭିଯୁକ୍ତର ଜନ୍ମଦିନରେ ଥାନା ପରିସରରେ ଖୋଦ୍ ଆଇଆଇସି ତାଙ୍କୁ କେକ୍ କାଟି ଖୁଆଇ ଦେବାର ଦୃଶ୍ୟ ପାରାଦ୍ଵୀପର ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଦୃଶ୍ୟ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!