Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ୫୦୦ କୋଟି ଟଙ୍କା ଅନୁଦାନ କମ୍

by ସଞ୍ଜୟ ସ୍ୱାଇଁ
May 29, 2025
in State
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ୫୦୦ କୋଟି ଟଙ୍କା  ଅନୁଦାନ କମ୍
62
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଯାଏଁ ସଡ଼କ ସଂଯୋଗ ହୋଇପାରି ନାହିଁ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗତ ଅଧିବେଶନରେ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିବା ସହ ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା କରିବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ଅନୁଦାନ ହ୍ରାସ କରିବା ପରେ ରାଜ୍ୟ ସରକାରଙ୍କ ଏହି ଘୋଷଣାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ବିଡ଼ମ୍ବନା ହେଉଛି ନବୀନ ପଟ୍ଟନାୟକ ସରକାରଙ୍କ ଶେଷ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅନୁଦାନ ପ୍ରଦାନ କରିଥିଲେ, ଏବେ ବିଜେପି ସରକାରଙ୍କ ସମୟରେ ତା’ଠାରୁ ଓଡ଼ିଶା ୫୦୦ କୋଟି ଟଙ୍କା କମ୍ ପାଇଛି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରରୁ ବିପୁଳ ଅର୍ଥ ରାଶି ମିଳିବ ବୋଲି ଦଳୀୟ ନେତାମାନେ ମାରିଥିବା ବାହାଦୂରୀ ଏବେ ଛଳନା ବୋଲି ପ୍ରମାଣିତ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ତତ୍କାଳୀନ ବିଜେଡି ସରକାର ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଅର୍ଥରେ ଗ୍ରାମାଞ୍ଚଳକୁ ସଡ଼କ ନିର୍ମାଣ କରାଯାଉଥିଲା ଏବଂ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଥିଲେ। ୨୦୨୪-୨୫ରେ ରାଜ୍ୟରେ ବିଜେପି ସରକାର କେନ୍ଦ୍ରରୁ ଏହି ଯୋଜନାରେ ମାତ୍ର ୭୧୨ କୋଟି ଟଙ୍କା ଆଣିବାରେ ସକ୍ଷମ ହୋଇଛନ୍ତି। ଫଳରେ ଓଡ଼ିଶା ଡବଲ୍ ଇଞ୍ଜିନ୍ ସରକାରରେ ଉପେକ୍ଷିତ ହୋଇଛି। ବିଜେଡି ଶାସନରେ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଓଡ଼ିଶାର ଅବହେଳାର ତୀବ୍ର ପ୍ରତିବାଦ କରିବା ସହ ଅଧିକ ଅନୁଦାନ ଦାବି କରୁଥିଲା। ବିଜେଡି ସାଂସଦମାନେ ଦିଲ୍ଲୀରେ ବିିଭିନ୍ନ ମନ୍ତ୍ରୀଙ୍କ ନିକଟରେ ରାଜ୍ୟର ଦାବି ଉଠାଉଥିଲେ। ମାତ୍ର ସମ୍ପ୍ରତି ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ ହେଁ କେନ୍ଦ୍ର ନିକଟରେ ଓଡ଼ିଶାର ନାର୍ଯ୍ୟ ଦାବି ବ୍ୟବସ୍ଥିତ ଢଙ୍ଗରେ ଉପସ୍ଥାପିତ ହୋଇପାରୁନଥÒବା ହେତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ଏହା ସତ୍ତ୍ବେ ଓଡ଼ିଶା ସାଂସଦଙ୍କ ତୁଣ୍ଡ ଖୋଲୁ ନାହିଁ । କେନ୍ଦ୍ରୀୟ ଯୋଜନାର ଅର୍ଥ ହ୍ରାସକୁ ନେଇ ରାଜନୈତିକ ମହଲରେ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ କିସ୍ତି ଆକାରରେ ରାଜ୍ୟଗୁଡ଼ିକୁ ଅର୍ଥ ପ୍ରଦାନ କରାଯାଏ। ଯେଉଁ ରାଜ୍ୟଗୁଡ଼ିକ ସେମାନଙ୍କ କାମ ଶେଷ କରି ‘ୟୁସି’ ଦାଖଲ କରନ୍ତି, ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଅର୍ଥ ମିଳିଥାଏ। ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ରରୁ ଅଧିକ ଅର୍ଥ ପାଇବାକୁ ସମର୍ଥ ହୋଇଥାଆନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ପ୍ରଶାସନିକ ସ୍ଥାଣୁତା ଓ ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କ୍ଷେତ୍ରରେ ବାଧକ ହୋଇଛି। ବିରୋଧୀମାନେ ଏ ସଂକ୍ରାନ୍ତରେ କରୁଥିବା ଅଭିଯୋଗ ସତ୍ୟ ସାବ୍ୟସ୍ତ ହୋଇଛି ଓ ଏହା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କ୍ଷେତ୍ରରେ ଦୃଶ୍ୟମାନ ହୋଇଛି। ପୁନଶ୍ଚ ୨୦୧୧ ଜନଗଣନା ଆଧାରରେ ୨୦୧୭-୧୮ ମସିହାରେ ପ୍ରସ୍ତୁତ ସୂଚୀରେ ରାଜ୍ୟରେ ୫୯,୯୭୧ଟି ରାଜସ୍ୱ ଗ୍ରାମ ରହିଥିଲା। ସେଥିମଧ୍ୟରୁ ୫୧,୬୭୧ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରରେ ପର୍ଯ୍ୟାୟକ୍ରମେ ସଡ଼କ ସଂଯୋଗୀକରଣ ହୋଇପାରିଛି। ଏବେ ବି ରାଜ୍ୟର ୮୩୦୦ ଗ୍ରାମକୁ ସଡ଼କ ସଂଯୋଗ ହୋଇନାହିଁ। ଏହାମଧ୍ୟରେ କୋରାପୁଟ ଜିଲ୍ଲାର ସର୍ବାଧିକ ୧୩୭୪ଟି ଗ୍ରାମ ଥିବାବେଳେ ରାୟଗଡାର ୧୦୯୯, ନବରଙ୍ଗପୁରର ୬୪୧, କଳାହାଣ୍ଡିର ୫୭୪ ଗ୍ରାମ ରହିଛି। ତାଲିକାରେ ଝାରସୁଗୁଡା ଜିଲ୍ଲାର ୩୪ ଗ୍ରାମ ରହିଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!