Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା କଂଗ୍ରେସ ସାଂଗଠନିକ ବୈଠକ

by ସଞ୍ଜୟ ସ୍ୱାଇଁ
May 28, 2025
in Nayagarh, State
ଜିଲ୍ଲା କଂଗ୍ରେସ ସାଂଗଠନିକ ବୈଠକ
94
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆଜି ଜିଲ୍ଲା କଂଗ୍ରେସ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାଶ ନୟାଗଡ଼ ଜିଲ୍ଲା ସଂଯୋଜକ ଭାବେ ସତ୍ୟବ୍ରତ ନାୟକଙ୍କୁ ଦାୟିତ୍ୱ ଦେଇଥିବାରୁ ତାଙ୍କୁ ଏହି ବୈଠକରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ନାୟକ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସାଂଗଠିକ କାର୍ଯ୍ୟକ୍ରମକୁ ମଜବୁତ କରିବାକୁ ଗୁରୁତ୍ୱାରୋପ କରିଥିଲେ । ନେତା ଏକ ହେଲେ କଂଗ୍ରେସ ଆଗେଇବ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତ ଦେଇଥିଲେ । ଜିଲ୍ଲା ସଂଗଠନକୁ ଉପରୁ ମୂଳ ପର‌୍ୟ୍ୟନ୍ତ ସଜାଡ଼ିବାର ଆବଶ୍ୟକ ରହିଛି । ପଞ୍ଚାୟତ ନିର୍ବାଚନ ପର୍ବରୁ ଦଳୀୟ ରୋଗ ଭଲ କରିବାର ଆବଶ୍ୟକତା ରହିଛି । ରାହୁଲ ଗାନ୍ଧୀଙ୍କ କ୍ରେଜ୍ ବଢୁଛି, ସେହି ଅନୁସାରେ ମଧ୍ୟ କଂଗ୍ରେସ କ୍ରେଜ ବଢ଼ିବାରେ ଲାଗିଛି । ବିଜେପି ଓ ବିଜେଡ଼ି ପ୍ରତି ଲୋକଙ୍କ ବିଶ୍ୱାସ ହରେଇ ବସିଲାଣି । ଏହାର ସୁଯୋଗ କଂଗ୍ରେସ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଫାଇଦା ନମିଳିଲେ କିଛି ନେତା ହେଲେ ଦଳ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ ଉଠିଥିଲା । ସାଂଗଠନିକ କାର‌୍ୟ୍ୟ କେବଳ ସଭାରେ ସୀମିତ ରହୁଛି ବୋଲି ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର କହିଥିଲେ । ଏହି ସଭାରେ କଂଗ୍ରେସ ବରିଷ୍ଠ ନେତା ରଣଜିତ ଦାଶ ଜିଲ୍ଲା ସଂଯୋଜକଙ୍କୁ ଦୃଢ ସମର୍ଥନ ଜଣେଇବା ସହ ସଂଗଠନ କିଭଳି ଭାବେ ମଜବୁତ ହବ ସେ ନେଇ ମତ ରଖିଥିଲେ । ହୁସେନ ଖାଁ ଦଳକୁ ଶକ୍ତିଶାଳୀ ଓ ମଜବୁତ କରିବାର ଆବଶ୍ୟକତା ରହିଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ଲକ୍ଷ୍ମୀଧର ତ୍ରିପାଠୀ, ବିଭୂପ୍ରସାଦ ମିଶ୍ର, ବିନୋଦିନୀ ମହାନ୍ତି, ଓଡଗାଁ ବ୍ଲକ ସଭାପତି ପୁର୍ଣ୍ଣଚନ୍ଦ୍ର ନାୟକ, ସତ୍ୟରଞ୍ଜନ ମତ୍ତା, ବସନ୍ତ ମହାରଣା, ବସନ୍ତ କର, ପିତବାଶ ଖୁଣ୍ଟିଆ, ବାଳକୃଷ୍ଣ ଷଡ଼ଙ୍ଗୀ, ମିର ଅଵୁବକର ଶିଧିକ, ସୁକାନ୍ତ ଶତପଥି, ପ୍ରକାଶ ଚନ୍ଦ୍ର ନାୟକ, ଦଳିତ ସଭାପତି ଉପେନ୍ଦ୍ର ବେହେରା, ଆମଜାତ ଖାନ, ଆଲୋକ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରତାପ ପ୍ରଧାନ ଯୋଗ ଦେଇଥିଲେ । ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!